ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ପରେ ବଲିଉଡ୍ ଷ୍ଟାର୍ ଟ୍ରୋଲ୍ ହେଉଥିବା ବେଳେ ଏବେ ଟାର୍ଗେଟରେ ଅଛନ୍ତି ଫିଲ୍ମ ନିର୍ମାତା ରୋହିତ ସେଟ୍ଟୀ । ରୋହିତଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଦେଖିବାକୁ ମିଳିଛି କିପରି ସୈଫ୍ ଅଲୀ ଖାନ୍ ଓ ଅମୃତା ସିଂହଙ୍କ ଝିଅ ସାରା ଅଲୀ ଖାନ୍ କାମ ମାଗିବାକୁ ତାଙ୍କ ଅଫିସ୍ ଆସିଥିଲେ । ସାରା ହାତ ଯୋଡ଼ି କାମ ମାଗୁଛନ୍ତି । ରୋହିତ କହିଛନ୍ତି, ସାରାଙ୍କୁ ଏପରି ଦେଖି ମୁଁ ଇମୋଶନାଲ ହୋଇଗଲି ଓ ତାଙ୍କୁ ଫିଲ୍ମ ଅଫର୍ କଲି । ଏବେ ଏସବୁ କହିବାର ଅର୍ଥ ସାରା ଏବେ ଷ୍ଟାର୍ । ଅଭିଷେକ କପୁରଙ୍କ ଫିଲ୍ମ ‘କେଦାରନାଥ’ରୁ ସାରା ବଲିଉଡ୍ ଡେବୁ୍ୟ କରିଥିଲେ । ଦର୍ଶକ ଓ ସମାଲୋଚକଙ୍କଠାରୁ ସାରାଙ୍କ ଅଭିନୟକୁ ସକାରାତ୍ମକ ରିଭୁ୍ୟ ମିଳିଥିଲା । ପରେ ସେ ରୋହିତଙ୍କ ଫିଲ୍ମ ‘ସିମ୍ବା’ରେ ନଜରକୁ ଆସିଥିଲେ । ଏବେ ସାରାଙ୍କୁ ବରୁଣ ଧୱନଙ୍କ ସହ ‘କୁଲି ନମ୍ବର ୱାନ୍’ ଏବଂ ଅକ୍ଷୟ କୁମାର ଓ ଧନୁଷଙ୍କ ସହ ‘ଅତରଙ୍ଗୀ ରେ’ରେ ଦେଖିବାକୁ ମିଳିବ ।