Odisha news

ସାରାଙ୍କ ଛଳନା ଧରାପଡ଼ିଲା

0

ବିଗ୍‌ବସ୍‌-୧୪ରେ ଗୀତ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଥିବା କଣ୍ଟେଷ୍ଟାଣ୍ଟ୍‌ ସାରା ଗୁରପାଲଙ୍କ ମିଥ୍ୟାଚାରକୁ ପଞ୍ଜାବୀ ସିଙ୍ଗର୍‌ ତୁଷାର କୁମାର ଧରାଇ ଦେଇଛନ୍ତି । ପୂର୍ବରୁ ତୁଷାରଙ୍କୁ ସେ ବାହା ହୋଇଥିଲେ । ତୁଷାର ଏବେ ବାହାଘର ସାର୍ଟିଫିକେଟ୍‌ ଦେଖାଇଛନ୍ତି । ଫଳତଃ ସାରା ଶୋ’କୁ ଆସିବା ମାତ୍ରେହିଁ କଣ୍ଟ୍ରୋଭର୍ସିର ସାମ୍ନା କରିଛନ୍ତି । ତୁଷାର କହିଛନ୍ତି ସାରା ନାଶନାଲ ଟେଲିଭିଜନ୍‌ରେ ବାହାଘରକୁ ନେଇ ମିଛ କହିଛନ୍ତି । ଦୁହେଁ ୨୦୧୪ ଅଗଷ୍ଟ ୧୬ରେ ବାହା ହୋଇଥିଲେ । ଏହା ପ୍ରମାଣ କରିବା ପାଇଁ ତୁଷାର ସାର୍ଟିଫିକେଟ୍‌ ଦେଖାଇଛନ୍ତି । ମ୍ୟାରେଜ୍‌ ସାର୍ଟିଫିକେଟରେ ସାରାଙ୍କ ନାମ ‘ରଚନା ଦେବୀ’ ଲେଖା ହୋଇଛି । ହେଲେ ଫଟୋରେ ସାରା ‘ଚୁଡ଼ା’ ପିନ୍ଧି ତୁଷାରଙ୍କ ସହ ପୋଜ୍‌ ଦେଇଥିବା ନଜର ଆସିଛନ୍ତି । ସାରା ଜଣେ ପଞ୍ଜାବୀ ମଡେଲ୍‌, ସିଙ୍ଗର୍‌ ତଥା ଅଭିନେତ୍ରୀ । ୨୦୧୨ରେ ତାଙ୍କୁ ‘ମିସ୍‌ ଚଣ୍ଡିଗଡ଼’ ସମ୍ମାନ ମିଳିଥିଲା ।

Nalco
Leave A Reply