Odisha news

ଶପଥ ଅନୁଷ୍ଠାନ ଦିନରେ ଅସହାୟ ଓ ରାତିରେ ବୁଲା ଗୋରୁଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରୁଛି

0

ଉଦୟଗିରି : ଦିନେ ନୁହେଁ କି ଦୁଇଦିନ ନୁହେଁ ଲଗାତର ଭାବେ ଲକଡାଉନ ଘୋଷଣା ଠାରୁ ୪୦ ଦିନ ହେବ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଶପଥ’ ପକ୍ଷରୁ ଅସହାୟ ମଣିଷ ମଣିହଙ୍କ ସହିତ ବୁଲାଗୋରୁ , କୁକୁର ଓ ମାଙ୍କଡ ମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି । ଅନୁଷ୍ଠାନର ସ୍ୱେଚ୍ଛାସେବୀ ମାନେ ଦିନ ବେଳାରେ ବଡଚଣା ର ବିଭିନ୍ନ ଅଞ୍ଚଳରେ ଥିବା ଅସହାୟ ମଣିଷ ମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଆସୁଥିବା ବେଳେ ରାତିରେ ବିଭିନ୍ନ ବଜାରରେ ବୁଲୁଥିବା ବୁଲା ଗାଇଗୋରୁ , କୁକୁର ମାନଙ୍କୁ ମଧ୍ୟ ରନ୍ଧାଖାଦ୍ୟ ଯୋଗାଇ ଏହି ଅନୁଷ୍ଠାନ ବଡଚଣା ଅଞ୍ଚଳରେ ଏକ ମହନୀୟ କାର୍ଯ୍ୟ ସମ୍ପାଦନ କରୁଛନ୍ତି ।

ସୂଚନା ଯୋଗ୍ୟ କରୋନା ମହାମାରୀ ପାଇଁ ଲକଡାଉନ ଘୋଷଣା ହେବା ଦିନ ଠାରୁ ଅନୁଷ୍ଠାନର କର୍ମକର୍ତ୍ତାମାନେ କୌନସି ସରକାରୀ ସହୟତା ବିନା ବଡଚଣାର ବିଭିନ୍ନ ଅଞ୍ଚଳ ଯଥା ବାଲିଚନ୍ଦ୍ରପୁର,ନଳୀପୁର, ଅକରପଡା,କୃଷ୍ଣଦାସପୁର, ନାନପୁର , ବେଣାପୁର, ଅରେଇକଣା ଓ ବଡଚଣା ଆଦିବାସୀ ବସ୍ତି ସମେତ ବିଭିନ୍ନ ସ୍ଥାନ ମାନଙ୍କରେ ଯାଜାବର ଭାବେ ରହିଆସୁଥିବା ଅସହାୟ ମାନଙ୍କ ନିକଟରେ ରନ୍ଧାଖାଦ୍ୟ ପହଞ୍ଚାଇଥାନ୍ତି । ସେହିପରି ଚଣ୍ଡିଖୋଲର ମହାବିନାୟକ ପୀଠରେ ରହିଆସୁତିବା ମାଙ୍କଡ ମାନଙ୍କୁ ମଧ୍ୟ ଏହି ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ପ୍ରଦାନ କରୁଥିବା ବେଳେ ରାତି ସମୟରେ ଏହି ଅନୁଷ୍ଠାନ ବିଭିନ୍ନ ବଜାର ଗୁଡିରେ ବୁଲୁଥିବା ବୁଲାଗୋରୁ ମାନଙ୍କୁ ଖାଦ୍ୟ ପ୍ରଦାନ କରୁଛନ୍ତି ।

ଏଭଳି ବିପତ୍ତି ସମୟରେ ଅନୁଷ୍ଠାନର ସଭାପତି ସତ୍ୟାନନ୍ଦ ମଲିକ ଓ ସମ୍ପାଦିକା ସଶ୍ମିତା ବେହରା ଙ୍କ ନେତୃତ୍ୱରେ ସଦସ୍ୟ ବୈକୁଣ୍ଠ ବିହାରୀ ଜେନା, ସୁଦୀପ୍ତ ସାମଲ,ଯୁବ ଆଇନଜୀବୀ ଆଲୋକ ଜେନା, ଭୁଦେବ ସେଠୀ, ବିଳାସ ପୃଷ୍ଟି, ନିତ୍ୟାନନ୍ଦ ମଲିକ, ଜ୍ଞାନରଞ୍ଜନ ଦାସ,ବନତ କୁମାର ଦାସ, ମାଧବାନନ୍ଦ ପୃଷ୍ଟି, ପବିତ୍ର ପରିଡା, ବିମଳ ପରିଡା ଓ ନିଶିକାନ୍ତ ସେଠି ଙ୍କ ସମେତ ୨୦ ରୁ ଅଧିକ କର୍ମକର୍ତ୍ତା ମାନେ ଦିନ ରାତି ପରିଶ୍ରମ କରି ଅସହାୟ ଙ୍କ ପାଖରେ ଦୈନିକ ଖାଦ୍ୟ ପହଞ୍ଚାଇ ଏହି ଅନୁଷ୍ଠାନ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଛି । ସୁଚନା ଯୋଗ୍ୟ ଯେ, ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ବାଲିଚନ୍ଦ୍ରପୁର ଅଞ୍ଚଳ ପରିଦର୍ଶନ ଆସିଥିବା ସମୟରେ ଅନୁଷ୍ଠାନର ରନ୍ଧାଖାଦ୍ୟ ପ୍ରସ୍ତୁତି ସ୍ଥାନ ପରିଦର୍ଶନ କରି କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply