Odisha news

ଆଜି ହେଉଛି ବୃଷ ସଂକ୍ରାନ୍ତି ଓ ଗୁରୁବାର : ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ

0

ଆଜି ହେଉଛି ଜ୍ୟେଷ୍ଠ ମାସର ସଂକ୍ରାନ୍ତି ବୃଷ ସଂକ୍ରାନ୍ତି, ଆଜିର ଦିନରେ ସୂର୍ଯ୍ୟଦେବ ବୃଷ ରାଶିକୁ ଗୋଚର କରିବେ, ଏବଂ ଆଜିର ଦିନଟି ଗୁରୁବାର ପଡୁଥିବାରୁ ଦେବ ଗୁରୁ ବୃହସ୍ପତି ଙ୍କୁ ମଧ୍ୟ ବିଶେଷ ପୂଜାର୍ଚନା କରାଯାଇଥାଏ, ମାନ୍ୟତା ରହିଛି ଯେ ଆଜିର ଦିନରେ ବିଷ୍ଣୁଙ୍କ ପୂଜା ସହିତ ବୃହସ୍ପତି ଙ୍କ ପୂଜା ଦ୍ୱାରା ଜୀବନ ରେ ସମ୍ପନ୍ନତା ପ୍ରାପ୍ତି ହୋଇଥାଏ l ଏବଂ ଜୀବନ ରୁ ଅନେକ କଷ୍ଟରୁ ମଧ୍ୟ ମୁକ୍ତି ମିଳିଥାଏ l

ବୌଦ୍ଧିକ କ୍ଷମତାରେ ବୃଦ୍ଧି ପାଇଁ ଗୁରୁବାର ଦିନ ଗୁରୁ ବୃହସ୍ପତି ଙ୍କୁ ଧ୍ୟାନ କରିବା ଜରୁରୀ ଅଟେ, ଏବଂ ଓଂ ଏଂ କ୍ଳିଙ୍ଗ ବୃହସ୍ପତୟେ ନମଃ ମନ୍ତ୍ରଟିକୁ ୨୧ ଥର ପାଠ କରନ୍ତୁ, ଏବଂ ବୃହସ୍ପତି ଙ୍କ ନିକଟରେ ହଳଦିଆ ଫଳ କିମ୍ବା ମିଠା ଅର୍ପଣ କରନ୍ତୁ l

ବ୍ୟବସାୟ ରେ ଉନ୍ନତି ପାଇଁ –
ଯଦି ବ୍ୟବସାୟ ରେ ସଫଳତା ଲାଭ କରୁ ନାହାନ୍ତି ତେବେ ଗୁରୁବାର ଦିନ ବିଷ୍ଣୁ ଙ୍କୁ ଚନ୍ଦନ ସହିତ ହଳଦୀ ର ତିଳକ ଅର୍ପଣ କରନ୍ତୁ ଏବଂ ନିଜେ ମଧ୍ୟ ମସ୍ତକରେ ଧାରଣ କରନ୍ତୁ l ଏହାଛଡା ଚନ୍ଦନ ଜଳ ଘରେ ଛିଂଚି ଦିଅନ୍ତୁ, ଏହାଦ୍ୱାରା ଘରେ ଶୁଦ୍ଧତା ଆସିବ l

ସନ୍ତାନ ପ୍ରାପ୍ତି ପାଇଁ –
ଯଦି ସନ୍ତାନ ମାନଙ୍କ ଜୀବନ ରେ କିଛି ଅସୁବିଧା ଦେଖା ଦେଉଛି ତେବେ ଆଜିର ଦିନରେ ବିଷ୍ଣୁଙ୍କ ମନ୍ଦିରରେ ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ , ବିବାହର ଦୀର୍ଘ ଦିନ ପରେ ଯଦି ସନ୍ତାନ ପ୍ରାପ୍ତି ହେଉନାହିଁ ତେବେ ଓଂ ଏଂ କ୍ଳିଙ୍ଗ ବୃହସ୍ପତୟେ ନମଃ ମନ୍ତ୍ର ଟିକୁ ୧୧ ଥର ପାଠ କରନ୍ତୁ l

ବୟସ୍କ ବ୍ୟକ୍ତିଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ –
ଆଜିର ଦିନରେ ଘରେ ଥିବା ବୟସ୍କ ମାନଙ୍କ ପ୍ରତି ଭଲ ଚେତନା ଓ ଭଲ ଭାବନା ରଖନ୍ତୁ l ଜୀବନ ରେ ଯଦି ଖରାପ ସମୟ ଦେଇ ଗତି କରୁଛନ୍ତି ତେବେ ଗୁରୁବାର ଦିନ ବିଷ୍ଣୁ ଙ୍କୁ ପୂଜା କରନ୍ତୁ ଏବଂ  ଭଗବାନ ବିଷ୍ଣୁଙ୍କ ନିକଟରେ ଗୋମତୀ ଚକ୍ର ୫ଟି ଅର୍ପଣ କରନ୍ତୁ, ପୂଜା ସାରିବା ପରେ ତାହାକୁ ଗୋଟିଏ ହଳଦିଆ କପଡ଼ାରେ ବାନ୍ଧି ରଖି ଦିଅନ୍ତୁ l

Nalco
Leave A Reply