Odisha news

ଆଜି ହେଉଛି ପବିତ୍ର ମହାବିଷୁଭ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ : ମହାଦେବଙ୍କୁ ଜଳାଭିଷେକ କରିବା ସହିତ ଜୀବଜନ୍ତୁ ଙ୍କ ସେବା ଦ୍ୱାରା ହୋଇଥାଏ ପୁଣ୍ୟ ପ୍ରାପ୍ତି

0

ବୈଶାଖ ମାସର ସଂକ୍ରାନ୍ତି କୁ ମହାବିଷୁଭ ସଂକ୍ରାନ୍ତି ବୋଲି କୁହାଯାଇଥାଏ, ମାନ୍ୟତା ଅନୁସାରେ ଏହିଦିନ ଶୈବପୀଠ ଗୁଡିକ ରେ ପ୍ରବଳ ଭିଡ଼ ଲାଗିଥାଏ l ଆଜିର ଦିନରେ ଭକ୍ତିପୂର୍ଣ୍ଣ ଭାବରେ ମହାଦେବଙ୍କ ନିକଟରେ ଜଳଲାଗି କରିବା ଦ୍ୱାରା ଭକ୍ତର ସମସ୍ତ କଷ୍ଟ ଦୂର ହୋଇଥାଏ l ମାନ୍ୟତା ଅନୁସାରେ ଏହିଦିନ ଓଡ଼ିଆ ନୂତନ ବର୍ଷ ଭାବରେ ମଧ୍ୟ ପାଳିତ ହୁଏ l

ଓଡ଼ିଆ ସଂକୃତି ଓ ପରମ୍ପରା ରେ ମହାବିଷୁଭ ସଂକ୍ରାନ୍ତି ଦିନଟିରେ ଓଡ଼ିଆ କ୍ୟାଲେଣ୍ଡର ଓ ପାଞ୍ଜି ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥ ଙ୍କ ନିକଟରେ ପୂଜା ହୋଇ ପ୍ରଚଳନ ହୋଇଥାଏ l  ଏବଂ ଏହି ଦିନଠାରୁ ଓଡ଼ିଆ ପଞ୍ଜିକା ଅନୁସାରେ ଶୁଭଦିନ ନିର୍ଘଣ୍ଟ ହୋଇଥାଏ l

ଏବଂ ଯେଉଁ ଶୁଭଦିନ ନିର୍ଘଣ୍ଟ ହୁଏ ସେହି ଅନୁସାରେ କାର୍ଯ୍ୟ ହୋଇଥାଏ l ଆଜିର ଦିନରେ ପ୍ରତ୍ୟେକ ଓଡ଼ିଆ ଘରେ ପଣା ର ଆସର ଦେଖିବାକୁ ମିଳିଥାଏ l ସମସ୍ତେ ପଣା ପ୍ରସ୍ତୁତ କରି ନିଜ ଆରାଧ୍ୟ ଦେବତାଙ୍କୁ ସମର୍ପଣ କରି ସେବନ କରିଥାଆନ୍ତି l

– ଆଜିର ବିଭିନ୍ନ ସ୍ଥାନରେ ଜଳଛତ୍ର କରି ମଧ୍ୟ ପଣା ବଣ୍ଟନ କରାଯାଏ, କାହିଁକିନା ବୈଶାଖ ମାସରେ ସୂର୍ଯ୍ୟଙ୍କ କିରଣ ଅଧିକ ଉତପ୍ତ ହୋଇ ପ୍ରଚଣ୍ଡ ଖରା ହୋଇଥାଏ l ତେଣୁ ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତି ଏହି ମାସରେ ପଥିକ ଙ୍କ ତୃଷା ମେଣ୍ଟାଇବା ପାଇଁ ଜଳଛତ୍ର କରିଥାଏ ତାର ୭ଜନ୍ମ ର ପାପ ଦୂର ହୋଇଥାଏ l

– ବୈଶାଖ ମାସ ହେଉଛି ପାପ ମୁକ୍ତିର ମାସ , ତେଣୁ ଏହି ମାସରେ ଯେଉଁ ବ୍ୟକ୍ତି ଜୀବଜନ୍ତୁ ଙ୍କ ସେବା କରି ଭୋଜନ ଓ ଜଳଦାନ କରିଥାଏ ତାର ସମସ୍ତ କଷ୍ଟ ଦୂର ହୁଏ, ଏହାଦ୍ୱାରା ପିତୃ ପୁରୁଷ ଙ୍କ କୃପା ମଧ୍ୟ ମିଳିଥାଏ l କୁହାଯାଏ ଯେ ଜୀବଜନ୍ତୁ ଙ୍କୁ ଭୋଜନ କରାଇବା ଦ୍ୱାରା ପିତୃପୁରୁଷ ସିଧାସଳଖ ଭାବରେ ଏହାକୁ ଗ୍ରହଣ କରନ୍ତି l

– ଯଦି ଆଜିର ଦିନରେ ଶୈବପୀଠ ରେ ଜଳାଭିଷେକ କରାଯାଏ ତେବେ ଗ୍ରହ ଦୋଷ ଦୂର ହୋଇଥାଏ, ଏବଂ ଜୀବନ ସୁଖମୟ ମଧ୍ୟ ହୋଇଥାଏ l ଯଦି ଆଜିର ଦିନରେ ଶିବ ଲିଙ୍ଗରେ ବେଲପତ୍ର ଅର୍ପଣ କରୁଛନ୍ତି ତେବେ ସେଥିରେ ମହୁ ଓ ଚନ୍ଦନ ଲଗାଇ ଅର୍ପଣ କରିବା ଦ୍ୱାରା ମହାଦେବ ଙ୍କ ଶୁଭ ଦୃଷ୍ଟି ପରିବାର ଉପରେ ରହିଥାଏ l

– ବୈଶାଖ ମାସରେ ମାସ ସାରା ସୂର୍ଯ୍ୟ ପୂଜନ କରାଯାଏ, ଏହାଦ୍ୱାରା ଜୀବନ ରେ ସକାରାତ୍ମକ ଶକ୍ତି ର ବୃଦ୍ଧି ହୋଇଥାଏ ଏବଂ ରୋଗ ର ବିନାଶ ହୁଏ l ଧନ ବୃଦ୍ଧି ହୋଇଥାଏ l ସଫଳତା ର ମାର୍ଗ ଖୋଲିଥାଏ l

Leave A Reply