ଚଳିତ ବର୍ଷ କୁମ୍ଭ ସଂକ୍ରାନ୍ତି ଓ ମାଘ ପୁର୍ଣିମା ଘଟୁଛି ବିରଳ ସଂଯୋଗ , ଶ୍ରୀହରି ଙ୍କ ସହିତ ସୂର୍ଯ୍ୟ ଦେବ ଙ୍କ ନିକଟରୁ ବରଷିବ କୃପା
ଧାର୍ମିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ପ୍ରତି ମାସର ପୁର୍ଣିମା ହେଉଛି ସେହି ମାସର ଶେଷ ଦିନ ଅଟେ l ଏବଂ ଏହିଦିନ ର ରହିଥାଏ ଅନେକ ମହତ୍ୱ l ମାଘ ପୁର୍ଣିମା ତିଥି ଅତ୍ୟନ୍ତ ପୁଣ୍ୟକାରୀ ଅଟେ l ଏହାକୁ ମାଘୀ ପୂର୍ଣିମା ମଧ୍ୟ କୁହାଯାଇଥାଏ l ମାଘ ପୂର୍ଣିମା ଦିନ ବିଭିନ୍ନ ପବିତ୍ର ଦିନ ରେ ସ୍ନାନ କରିବାର ଅନେକ ମହତ୍ୱ ରହିଛି l ଚଳିତ ଥର ମାଘ ପୂର୍ଣିମା ଓ କୁମ୍ଭ ସଂକ୍ରାନ୍ତି ଗୋଟିଏ ଦିନ ଫେବୃଆରୀ ୧୨ ତାରିଖ ରେ ଅନୁଷ୍ଠିତ ହେବ l ଏହିଦିନ ପବିତ୍ର ନଦୀ ଗୁଡିକ ରେ ସ୍ନାନ କରାଯିବାର ମହତ୍ୱ ରହିଥାଏ l
ଆଧ୍ୟାତ୍ମିକ ଦୃଷ୍ଟିରୁ ଚଳିତ ବର୍ଷର ସଂଯୋଗ ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ, ଏବଂ ଏହିଦିନ ସୂର୍ଯ୍ୟ ଦେବ କୁମ୍ଭ ରାଶି ରେ ପ୍ରବେଶ କରିବେ, କୁମ୍ଭ ରାଶି ର ସ୍ୱାମୀ ଗ୍ରହ ଶନି ଅଟନ୍ତି ଏବଂ ସୂର୍ଯ୍ୟ ଦେବ ନିଜ ପୁତ୍ର ଶନି ଙ୍କ ଗୃହ କୁ ପ୍ରବେଶ କରିବେ l
– ଏହିଦିନ ଲୋକେ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀ ଙ୍କ ନିକଟରେ ବ୍ରତ ରଖାଯାଇ ଥାଏ l ଏବଂ ମା ଲକ୍ଷ୍ମୀଙ୍କ ନିକଟରେ କ୍ଷୀରି କରି ପ୍ରସାଦ ଲଗାଯାଇ ଥାଏ l ଏବଂ ସୂର୍ଯ୍ୟଦେବ ଙ୍କ ପୂଜା ମଧ୍ୟ ବିଧିବିଧାନ ଭାବରେ କରିବା ଆବଶ୍ୟକ l
– ମାଘ ପୁର୍ଣିମା ଦିନ ଚନ୍ଦ୍ର ଦେବଙ୍କର ବିଶେଷ ପୂଜାର୍ଚନା କରାଯାଇ ଥାଏ l ଯାହାଦ୍ୱାରା ସନ୍ତାନ ମାନଙ୍କ ଜୀବନରେ ବିଶେଷ ସୁଖ ସମୃଦ୍ଧି ଦେଖାଦେଇଥାଏ l ସୂର୍ଯ୍ୟ ଙ୍କୁ ତମ୍ବା ପାତ୍ର ରେ ଜଳ , ଅକ୍ଷତ , ସିନ୍ଦୁର, ନାଲି ପୁଷ୍ପ ଅର୍ପଣ କରିବା ଜରୁରୀ l
– ସଂକ୍ରାନ୍ତି ସହିତ ପୁର୍ଣିମା ରହୁ ଥିବାରୁ ଏହି ଦିନ ସତ୍ୟନାରାୟଣ ପୂଜାର ବିଶେଷ ମହତ୍ୱ ରହିଛି, ଏହିଦିନ ପୂଜା କରିବା ଖୁବ ଫଳଦାୟୀ ହୋଇଥାଏ l
– ଚଳିତ ଥର ମାଘ ପୁର୍ଣିମା ବୁଧବାର ୧୨ ତାରିଖ ରେ ପଡୁଛି , ତେଣୁ ଏହିଦିନ ସୂର୍ଯ୍ୟ ଦେବ, ଶ୍ରୀହରୀ ଓ ଗଣପତି ଙ୍କୁ ପୂଜା କରିବା ଦ୍ୱାରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ ଓ ଜୀବନ ସୁଖମୟ ହୋଇଥାଏ l
– ମାଘ ପୁର୍ଣିମା ଦିନ ମାତା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଲକ୍ଷ୍ମୀ ନିକଟରେ ‘ଓଂ ଶ୍ରୀଙ୍ଗ ହିଲିଂ କ୍ଳିଙ୍ଗ ଶ୍ରୀ ସିଦ୍ଧି ଲକ୍ଷ୍ମଇ ନମଃ ‘ l ଏହି ମନ୍ତ୍ରଟି ପାଠ କରିବା ଦ୍ୱାରା ବ୍ୟବସାୟ ରେ ସଫଳତା ମିଳିଥାଏ l
– ଏହି ଦିନ ସ୍ନାନ ଦାନ ର ଅନେକ ମହତ୍ୱ ରହିଛି l ତେଣୁ ସ୍ନାନ ଦାନ ଭଳି ମହତ କାର୍ଯ୍ୟ କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ l