ଆମ ହିନ୍ଦୁଧର୍ମର ଶାସ୍ତ୍ର ଅନୁସାରେ ଦକ୍ଷିଣା ବର୍ତ୍ତ ଶଙ୍ଖର ଖୁବ ମହତ୍ୱ ରହିଛି l ଶାସ୍ତ୍ର ଅନୁସାରେ ଘରେ ଠାକୁରଙ୍କ ନିକଟରେ ଦକ୍ଷିଣା ବର୍ତ୍ତ ଶଙ୍ଖ ରହିବ ଶୁଭ ଅଟେ l ଏହା ଆଧ୍ୟାତ୍ମିକ ଦୃଷ୍ଟିରୁ ମଧ୍ୟ ମହତ୍ୱପୂର୍ଣ୍ଣ l ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣା ବର୍ତ୍ତ ଶଙ୍ଖ ଘରେ ରଖିବା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ଆସିଥାଏ l ଶଙ୍ଖକୁ ଆକାର ଓ ଆକୃତିକୁ ନେଇ ୩ଟି ଭାଗରେ ବିଭକ୍ତ କରାଯାଇଛି ,ଯଥା ଦକ୍ଷିଣା ବର୍ତ୍ତ ଶଙ୍ଖ ଯାହାକୁ ଡାହାଣ ହାତରେ ଧରାଯାଏ ,ବାମା ବର୍ତି ଶଙ୍ଖ ଯାହାକୁ ବାମ ହାତରେ ଧରାଯାଏ ଓ ମଧ୍ୟମା ବର୍ତି ଶଙ୍ଖ ଅର୍ଥାତ ଯାହାର ମୁହଁ ମଝିରେ ଖୋଲା ରହିଥାଏ l ଏହି ତିନୋଟି ଶଙ୍ଖ ମଧ୍ୟରୁ ଦୁର୍ଲଭ ଅଟେ ଦକ୍ଷିଣା ବର୍ତି ଶଙ୍ଖ l
* ଯେଉଁ ଘରେ ଏହି ଶଙ୍ଖ ରହିଥାଏ ସେଠାରେ କେବେ ଧନ ସମ୍ପଦ ଖାଲି ହୁଏ ନାହିଁ l ଭଗବାନ ବିଷ୍ଣୁଙ୍କ ଆୟୁଧ ହୋଇଥିବା କାରଣରୁ ଏହା ଅତ୍ୟନ୍ତ ମଙ୍ଗଳ କାରି ଅଟେ l ଯେଉଁ ପରିବାରରେ ବିଧି ବିଧାନ ସହିତ ଏହାକୁ ସ୍ଥାପନ କରାଯାଏ ସେଠାରେ ନକାରାତ୍ମକ ଶକ୍ତିମାନେ ପ୍ରବେଶ କରି ପାରନ୍ତି ନାହିଁ l
* କୁହାଯାଏ ଯେ ଶତ୍ରୁ ପକ୍ଷ ଯେତେ ବଳଶାଳୀ ହେଲେ ମଧ୍ୟ ଦକ୍ଷିଣା ବର୍ତ୍ତ ଶଙ୍ଖ ଆଗରେ ତାର ପ୍ରଭାବ ରୁହେ ନାହିଁ l କେବଳ ଏତିକି ନୁହେଁ ଏହାର ପ୍ରଭାବ ଦ୍ୱାରା ଦୁର୍ଘଟଣା ,ମୃତ୍ୟୁ ଭୟ ଓ ଚୋରି ଆଦିରୁ ପରିବାର ସୁରକ୍ଷିତ ରହିଥାଏ l
* ଶାସ୍ତ୍ର ଅନୁସାରେ ଲକ୍ଷ୍ମୀଙ୍କୁ ପ୍ରାପ୍ତ କରିବା ପାଇଁ ଓ ତାଙ୍କୁ ସ୍ଥାଇ ଭାବରେ ନିର୍ବାସ ଦେବାପାଇଁ ଦକ୍ଷିଣା ବର୍ତ୍ତ ଶଙ୍ଖ ଅତି ଆବଶ୍ୟକ ଅଟେ l ଏହାକୁ ଘରେ ରଖି ପୂଜା କରିବା ଦ୍ୱାରା ଋଣ ,ଦରିଦ୍ରତା ରୋଗ ବ୍ୟାଧି ଆଦି ଦୁରେଇ ଯାଇଥାଏ l
* ବିଷ୍ଣୁ ପୁରାଣରେ ବର୍ଣ୍ଣିତ ରହିଛି ସମୁଦ୍ର ମନ୍ଥନ ସମୟରେ ମିଳିଥିବା ୧୪ ଟି ରତ୍ନ ମଧ୍ୟରୁ ଦକ୍ଷିଣା ବର୍ତ୍ତ ଶଙ୍ଖ ଗୋଟିଏ ଏହା ମାତା ଲକ୍ଷ୍ମୀଙ୍କର ସହୋଦର ଭାଇ ଅଟେ ,ଅର୍ଥାତ ଯେଉଁଠାରେ ଶଙ୍ଖ ରୁହେ ସେଠାରେ ମା ଲକ୍ଷ୍ମୀ ବାସ କରନ୍ତି l ସ୍ୱର୍ଗ ଲୋକରେ ମଧ୍ୟ ଅଷ୍ଟ ସିଦ୍ଧି ଓ ନବ ନିଧିରେ ଶଙ୍ଖର ସ୍ଥାନ ମହତ୍ବପୂର୍ଣ ଅଟେ l

Comments are closed.