Odisha news

କରୋନା ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ସଂଜୟ

0

ମାର୍ଶାଘାଇ: କରୋନା ଭାଇରର୍ସ ସମ୍ପର୍କରେ ସଚେତନତା ସ୍ୃଷ୍ଟି କରାଇବା ଲକ୍ଷ୍ୟ ନେଇ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି ମାର୍ଶାଘାଇ ବ୍ଲକ ଶାସନୀପଡା ଗ୍ରାମର ସଂଜୟ ପ୍ରସାଦ ଚୋ÷÷ଧୁରୀ । ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶକ୍ତିପ୍ରସାଦ ଚୋ÷÷ଧୁରୀଙ୍କ ପୁଅ ସଂଜୟ ସାଇକେଲରେ ଗାଁ ଗାଁ ବୁଲି କରୋନା ସମ୍ପର୍କରେ ଲୋକମାନଙ୍କୁ ସଚେଚନ କରାଉଛନ୍ତି । କରୋନା କୁ ଡରନା , ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ , ସାମାଜିକ ଦୁରତା ରକ୍ଷା କରନ୍ତୁ , ମାକ୍ସ ବ୍ୟବହାର କରିବା , ବାରମ୍ବାରା ସାବୁନ କିମ୍ବା ହ୍ୟାଣ୍ଡ ସାନିଟାଇଜର ରେ ହାତ ଧୋଇବା , ଛିଙ୍କିବା ଓ କାଶିବା ସମୟରେ ମୁହଁରେ ରୁମାଲ କିମ୍ବା କପଡା ଦ୍ୱାରା ଢାଙ୍କିବା ଏପରି ଅନେକ କରୋନା ସମ୍ପର୍କିତ ଅନେକ ବିଷୟରେ ଲୋକମାନଙ୍କୁ ସଚେତନ କରାଉଛନ୍ତି । ସତର୍କତା ଅବଳମ୍ବନ କଲେ ଓ ସଚେତନ ରହିଲେ କରୋନାର ମୁକାବଲା କରି ପାରିବା । ଏଥି ପାଇଁ ସେ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ସଇକେଲରେ ବୁଲି ବୁଲି ଲୋକମାନଙ୍କୁ ସଚେତନ କରାଇବେ ବୋଲି ସଂଜୟ ଗଣମାଧ୍ୟମକୁ କହିଛନ୍ତି ।

Leave A Reply