Odisha news

ସାବଧାନ ! ବିକ୍ରି ହେଉଛି ବିଷାକ୍ତ ସାନିଟାଇଜର୍‌

0

କରୋନାରୁ ବର୍ତ୍ତିବା ପାଇଁ ବାରମ୍ବାର ହ୍ୟାଣ୍ଡ୍‌ ସାନିଟାଇଜର୍‌ ବ୍ୟବହାର କରିବାକୁ କୁହାଯାଉଛି । ହେଲେ ଏହି ସାନିଟାଇଜାର୍‌ କ୍ଷତିକାରକ ହୋଇପାରେ । ସିବିଆଇ ପକ୍ଷରୁ ପ୍ରଥମ ଥର ପାଇଁ କୁହାଯାଇଛି ଦେଶରେ ଏପରି ସାନିଟାଇଜର୍‌ ବିକ୍ରି ହେଉଛି ଯାହା ବିଷାକ୍ତ । ଏହାଦ୍ୱାରା ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି । ଇଣ୍ଟରପୋଲ୍‌ରୁ ମିଳିଥିବା ସୂଚନା ଆଧାରରେ ସିବିଆଇ ସାରାଦେଶର ପୋଲିସ ଓ ନିୟମ ଲାଗୁ କରୁଥିବା ଏଜେନ୍ସିଗୁଡ଼ିକୁ ସତର୍କ କରିଛି ଯେ ଅନେକ କମ୍ପାନୀ ବିଷାକ୍ତ ମେଥାନଲ୍‌ ପ୍ରୟୋଗରୁ ତିଆରି ସାନିଟାଇଜର୍‌ ବିକ୍ରି କରୁଛନ୍ତି । କରୋନା କାଳରେ ଅନ୍ୟ ଦେଶରେ ବି ବିଷାକ୍ତ ହ୍ୟାଣ୍ଡ୍‌ ସାନିଟାଇଜର୍‌ ବ୍ୟବହାର ହେଉଥିବା ସୂଚନା ମିଳିଛି । କରୋନା ଯୋଗୁ ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପଡ଼ୁଥିବାରୁ କେତେକ ସଂଗଠନ ବେଆଇନ ଭାବେ ଅର୍ଥ ଉପାର୍ଜନ କରିବା ସହ ଲୋକଙ୍କୁ ଠକୁଛନ୍ତି ।

Leave A Reply