ନୂଆଦିଲ୍ଲୀ :ଭୋପାଲରେ କରୋନା କାରଣରୁ ରବିବାର ଦିନ ଲକଡାଉନ ଥିଲା l ଏହି ସମୟରେ ୩ ଭାଇଙ୍କୁ ମଦ ପିଇବାକୁ ଇଚ୍ଛା ହେଲା ,କିନ୍ତୁ ମଦ ଦୋକାନ ମଧ୍ୟ ବନ୍ଦ ଥିଲା l ଏହି ମଦ ପିଇବାର ନିଶା ଏତେ ଭୟଙ୍କର ଥିଲା ଯେ ଏହି ୩ଭାଇ ସାନିଟାଇଜର ବୋତଲ ଆଣି ପିଇବାକୁ ଲାଗିଲେ l ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରୁ ଏହିଭଳି ଗୋଟିଏ ଘଟଣା ସାମ୍ନାକୁ ଆସିଛି l ମିଳିଥିବା ସୂଚନା ଅନୁସାରେ ୩ଭାଇ ପର୍ବତ ,ରମପ୍ରସାଦ ଓ ଭୁରା ଅହୀରବାର ଵିଭାହିତ ଅଟନ୍ତି ଓ ନିଜ ଛୁଆ ପିଲ୍ଲାଙ୍କ ସହିତ ଅଲଗା ଅଲଗା ରହୁଥିଲେ l
ରବିବାର ଦିନ ସମସ୍ତ ଦୋକାନ ବନ୍ଦ ଥିବା କାରଣରୁ ସେମାନଙ୍କୁ ମଦ ମିଳି ନଥିଲା l ସେମାନେ ଏହାପରେ ଔଷଧ ଦୋକାନରୁ ନିଜର ମଦ ନିଶାକୁ କମାଇବା ପାଇଁ ଗୋଟିଏ ୫ ଲିଟରର ସାନିଟାଇଜର କିଣି ଥିଲେ l
ଏହି ସାନିଟାଇଜର ଆଲକୋହଲ ଯୁକ୍ତ ଥିଲା l ସେମାନେ ଭାବିଥିଲେ ଯେ ଏହା ଏଲକୋହଲ ଯୁକ୍ତ ହୋଇଥିବା କାରଣରୁ ସେମାନଙ୍କୁ ନିଶା ହେବ l ଏହାପରେ ତିନିଭାଇ ଫୁଟପାଥରେ ତାହାକୁ ଖୋଲି ପିଇଥିଲେ l ପୋଲିସ ସୂଚନା ଅନୁସାରେ ଏହାକୁ ପିଇବା ପରେ ପର୍ବତ ଓ ଭୁରା ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଗଲା l ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲର l ରାମପ୍ରସାଦର ଶବ ସେହି ଅଂଚଳର ଗୋଟିଏ ପରିତ୍ୟକ୍ତ କୋଠରୀରୁ ମିଳିଲା l ପୋଲିସ ପକ୍ଷରୁ ଅପମୃତ୍ୟୁ ମାମଲା ରୁଜୁ କରା ଯାଇଛି l
Comments are closed.