ରାଉରକେଲା : ସେଲ ରାଉରକେଲା ଇସ୍ପାତ କାରଖାନାର ସିଭିଲ ଇଞ୍ଜିନିୟରିଂ ସର୍ଭିସେସ ବିଭାଗ କରୋନୋ ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ବିଭିନ୍ନ ୟୁନିଟରେ ଯୁଦ୍ଧକାଳୀନ ଭିତ୍ତିରେ ବିଶୋଧନ ଅଭିଯାନ ଜାରି ରଖିଛି । ସ୍ଵଚ୍ଛତା ଓ ପରିମଳ ବଜାୟ ରଖିବା ଉଦ୍ଦେଶ୍ୟରେ ବିଭିନ୍ନ ବିଭାଗକୁ ବ୍ଲିଚିଂ ପାଉଡର ପ୍ରଦାନ କରାଯାଇଛି । ହଟ ଷ୍ଟ୍ରିପ ମିଲ, ପ୍ଳେଟ ମିଲ, ସ୍ପାଇରାଲ ୱେଲ୍ଡେଡ ପାଇପ ପ୍ଳାଣ୍ଟ, ଇଆରଡବ୍ଲୁ ପାଇପ ପ୍ଳାଣ୍ଟ, କୋଲ୍ଡ ରୋଲିଙ୍ଗ ମିଲ, ସିଲିକନ ଷ୍ଟିଲ ମିଲ, ଡିଭାଇଡିଂ ଲାଇନ, ସେଣ୍ଟ୍ରାଲ ଷ୍ଟୋର, ଷ୍ଟିଲ ମେଲ୍ଟିଂ ସପ ୧ ଓ ୨, ବ୍ଳାଷ୍ଟ ଫର୍ଣ୍ଣେସ ୧ ଓ ୫, କୋକ ଓଭେନ, ସିଣ୍ଟର ପ୍ଳାଣ୍ଟ ୨ ଓ ୩ ଏବଂ ଓବିବିପି ବିଭାଗରେ ବ୍ୟାପକ ରୂପେ ବ୍ଲିଚିଂ ଯୁକ୍ତ ଜଳ ସ୍ପ୍ରେ କରାଯାଇଛି ।
ସମସ୍ତ ପିସିବି ଓ ସାଧାରଣ ଶୌଚାଳୟର ସଫେଇ କରାଯାଉଛି, ଅଫିସ ଫ୍ଲୋରଗୁଡିକୁ ଦୈନିକ ପୋଛାଯାଉଛି । ରେଷ୍ଟ ରୁମ ଓ ସିଫ୍ଟ ଅଫିସଗୁଡିକୁ ମଧ୍ୟ ଫିନାଇଲ ଓ ବ୍ଲିଚିଂ ଯୁକ୍ତ ଜଳରେ ପୋଛାଯାଉଛି ।