Odisha news

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହିଦିନ ପାଳିତ ହେବ ଶନି ଜୟନ୍ତୀ, କରନ୍ତୁ ଏହି ମନ୍ତ୍ର ଜପ

0
ଜ୍ୟୋତିଷଶାସ୍ତ୍ର ଅନୁସାରେ ଶନିଦେବ ଙ୍କୁ ବିଶେଷ ସ୍ଥାନ ଦିଆଯାଇଛି , ଶନିଦେବ ଙ୍କୁ ନ୍ୟାୟ ର ଦେବତା କୁହାଯାଇଛି ଓ ସେ ସମସ୍ତ ଗ୍ରହଙ୍କ ନିକଟରୁ ଧୀରେ ଚାଲି ଥାଆନ୍ତି l ଶନି ଅଶୁଭ ହେବା ଦ୍ୱାରା ବ୍ୟକ୍ତି କୁ ବିଭିନ୍ନ ପ୍ରକାର ସମସ୍ୟାର ସମୁଖୀନ କରିବାକୁ ପଡିଥାଏ l ଏହି ସମୟ କର୍କଟ, ବିଛା ରାଶି ରେ ଶନି ଙ୍କ ପ୍ରଭାବ ରହିଛି l ମକର, କୁମ୍ଭ, ମୀନ ରାଶି ଉପରେ ସାଢେ ସତୀ ଚାଲିଛି l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ଶନି ଦେବ ଙ୍କ ଜନ୍ମ ହୋଇଥିଲା l ଏହି ଦିନ ଶନି ଦେବ ଙ୍କ ଜୟନ୍ତୀ ଭାବରେ ପାଳିତ ହୋଇଥାଏ l ଏହି ପବିତ୍ର ଦିନରେ ଶନି ଦେବ ଙ୍କ ବିଶେଷ ପୂଜାର୍ଚନା କରାଗଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ l ଧାର୍ମିକ ମାନ୍ୟତା ଅନୁସାରେ ଶନି ଦେବ କର୍ମଫଳ ଦାତା l
* ପୂଜା ବିଧି –
ଏହି ପବିତ୍ର ଦିନରେ ସମସ୍ତ ହିନ୍ଦୁ ଧର୍ମାବଲମ୍ବୀ ମାନେ ଶନି ଦେବଙ୍କୁ ପୂଜା କରିବା ଉଚିତ l
ଶନି ଦେବଙ୍କ ନାମରେ ଏହିଦିନ ଘରେ ରାଶିତେଲ ର ଗୋଟିଏ ଦୀପ ପ୍ରଜ୍ବଳନ କରନ୍ତୁ l
ଏହିଦିନ ଶନିଦେବ ଙ୍କ ମନ୍ଦିର ନିହାତି ଯିବା ଜରୁରୀ l
ଏହିଦିନ ଶନି ଦେବଙ୍କୁ ଅପରାଜିତl ଫୁଲ ଅର୍ପଣ କରିବା ଉଚିତ l
ଏହିଦିନ ଶନି ଚାଳିଶା ପାଠ କରନ୍ତୁ l
ଯଦି ସମ୍ଭଵ ଏହିଦିନ ଶନି ଦେବ ଙ୍କ ବ୍ରତ ରଖନ୍ତୁ l
ଶନି ଅମାବାସ୍ୟା ଦିନ ଏହି ମନ୍ତ୍ରକୁ ଜପ କରନ୍ତୁ –
ଏହିଦିନ ଶନିଦେବ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ମନ୍ତ୍ର ଜପ କରନ୍ତୁ –
‘ଓଂ ସଂ ଅଭୟହସ୍ତାୟଃ ନମଃ ‘
‘ଓଂ ସଂ ଶନିଶସ୍ଛରାୟ ନମଃ ‘
‘ଓଂ ନିଲଞ୍ଜନସମାଭାମସଂ ରବୀପୁତ୍ର ଯମାଗ୍ରଯଂ ଛାୟାମାର୍ତଣ୍ଡସଂଭୁତଂ ତଂ ନାମମୀ ଶନୈସ୍ଛରମ ‘ l

Leave A Reply