ବୈଦିକ ପଞ୍ଚାଙ୍ଗ ଅନୁସାରେ ମଇ ୨୭ ତାରିଖ ମଙ୍ଗଳବାର ଦିନ ଶନି ଜୟନ୍ତୀ ଅଟେ, ଏହି ଶୁଭ ଅବସରରେ ଜ୍ୟେଷ୍ଠ ଅମାବାସ୍ୟା ମଧ୍ୟ ପାଳିତ ହେବ, ସନାତନ ଧର୍ମ ରେ ଜ୍ୟେଷ୍ଠ ଅମାବାସ୍ୟା ଦିନ ନ୍ୟାୟର ଦେବତା ଶନି ଦେବ ଙ୍କ ଅବତରଣ ହୋଇଥିଲା, ତେଣୁ ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠ ମାସର ଅମାବାସ୍ୟା ଦିନ ଶନି ଜୟନ୍ତୀ ପାଳନ କରାଯାଇଥାଏ l ଏବଂ ଏହି ଶୁଭ ଦିନରେ ଶନି ଦେବଙ୍କୁ ପୂଜାର୍ଚନା କରାଯାଇଥାଏ l
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ଜ୍ୟେଷ୍ଠ ଅମାବାସ୍ୟା ଦିନ ସୁକର୍ମl ଯୋଗ ସମେତ ଅନେକ ମଙ୍ଗଳକାରୀ ଯୋଗ ସଂଗଠିତ ହେଉଛି, ଏହିଦିନ ଶନି ଦେବଙ୍କୁ ପୂଜା କରିବା ଦ୍ୱାରା ବ୍ୟବସାୟ ଓ କ୍ୟାରିଅର ରେ ସଫଳତା ଲାଭ ହୋଇଥାଏ l
ଶୁଭ ମୁହୂର୍ତ୍ତ –
ଜ୍ୟେଷ୍ଠ ଅମାବାସ୍ୟା ତିଥି ୨୬ ତାରିଖ ଦ୍ବିପ୍ରହର ୧୨ ଟା ୧୧ ମିନିଟ ରେ ଆରମ୍ଭ ହେବ, ଅନ୍ୟ ପକ୍ଷରେ ମଇ ୨୭ ତାରିଖ ସକାଳ ୮ ଟା ୩୧ ମିନିଟ ରେ ଜ୍ୟେଷ୍ଠ ଅମାବାସ୍ୟା ରେ ସମାପ୍ତ ହେବ, ଉଦୟ ତିଥି ଅନୁସାରେ ଜ୍ୟେଷ୍ଠ ଅମାବାସ୍ୟା ମଙ୍ଗଳବାର ୨୭ ମଇ ରେ ପାଳିତ ହେବ l
ସୁକର୍ମl ଯୋଗ କଣ –
ଜ୍ୟେଷ୍ଠ ଅମାବାସ୍ୟା ଦିନ ମଙ୍ଗଳକାରୀ ସୁକର୍ମ ଯୋଗ ର ସଂଯୋଗ ଘଟୁଛି, ଏହି ଯୋଗ ରାତି ୧୦ ଟା ୫୪ ମିନିଟ ରେ ସମାପ୍ତ ହେବ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୁକର୍ମ ଯୋଗ ଖୁବ ଶୁଭ ଅଟେ, ଏହି ଯୋଗରେ ଭଗବାନ ଶିବ ଓ ଶନି ଦେବ ଙ୍କ ପୂଜା କରାଯାଇଥାଏ, ଏବଂ ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ l
ସର୍ବାର୍ଥ ସିଦ୍ଧି ଯୋଗ –
ଶନି ଜୟନ୍ତୀ ଦିନ ସର୍ବାର୍ଥ ସିଦ୍ଧି ଯୋଗ ରହିଛି, ଏହି ଯୋଗରେ ଶନି ଦେବଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ l ସର୍ବାର୍ଥ ସିଦ୍ଧି ଯୋଗ ସକାଳ ୫ଟା ୨୫ ମିନିଟ ରୁ ୫ଟା ୩୨ ମିନିଟ ପର୍ଯ୍ୟନ୍ତ ରହୁଛି l
– ଏହିଦିନ ଶନି ମନ୍ଦିର ରେ ପୂଜାର୍ଚନା କରି ଦୀପ ଦାନ କରିବା ଜରୁରୀ l
– ଶନିଙ୍କ ନିକଟରେ ରାଶି ଲଡୁ ଅର୍ପଣ କରିବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ l
– ଶନି ଜୟନ୍ତୀ ଦିନ କଦାପି କୌଣସି ଜୀବଜନ୍ତୁ ଙ୍କର ହାନି କରିବେ ନାହିଁ l
– ବ୍ରହ୍ମ ମୁହୂର୍ତ୍ତ ରୁ ଶଯ୍ୟା ତ୍ୟାଗ କରି ସ୍ନାନ ସାରି ସୂର୍ଯ୍ୟ ପୂଜନ , ହନୁମାନ ଙ୍କୁ ପୂଜନ ଓ ଶନି ମନ୍ଦିର ଦର୍ଶନ କରନ୍ତୁ , ସମସ୍ତ ସଙ୍କଟ ଦୂର ହେବ l