Odisha news

ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ସମ୍ପର୍କ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ

0
କଟକ(ରାଜେଶ କୁମାର ଲେଙ୍କା): ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ତଥା ଦେବସ୍ନାନ ପୂର୍ଣ୍ଣିମା ରେ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ  ସମ୍ପର୍କ ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ରାଜଧାନୀ ନିକଟସ୍ଥ କୁଶଭଦ୍ରା ନଦୀ ବନ୍ଧ ର ଏକ ପାର୍ଶ୍ଵରେ  ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଲିମ୍ବ, ବେଲ,ପିଜୁଳି,ଆମ୍ବ, କାଜୁ,ଜାମୁ,ଝାଉ, ସାଗୁଆନ୍ ଇତ୍ୟାଦି ଅନେକ ଗଛ ଲଗାଯାଇଥିଲା।
ଏହି କାର୍ଯ୍ୟ କ୍ରମରେ ଫାଉଣ୍ତେସଂର ର ସଭାପତି ସୁବସିଷ ମହାପାତ୍ର,ରାଜ୍ୟ ସମ୍ପାଦିକା ପ୍ରଜ୍ଞା ଜ୍ୟୋତି ଦାସ,ଉପ ସଭାପତି ସୁବାସ ପାଣି,ଜିତେନ୍ଦ୍ର ସାହୁ, ପ୍ରମୋଦ କୁମାର ଦେବ,ଦେବୀ ସାମନ୍ତରାୟ,ଝାଂଶି  ସିଂ,ପ୍ରଭାକର ବାରିକ୍,ସୌମ୍ୟ କାନ୍ତ୍ ବେଉରା, ମନୋରଞ୍ଜନ ପାତ୍ର,ନିରାକାର ବେହେରା,ବିଭୂତି ଭୂଷଣ ସାହୁ,ତ୍ୱେଇତୁ ସ୍ୱାଇଁ,ଗୌତମ ପତି,ସସ୍ମିତା ବାରିକ୍ ଆଦି ସଦସ୍ୟ ମାନେ ଉପସ୍ଥିତ ଥିଲେ।
ଗଛ ହିଁ ଆମର ଜୀବନ।ମାନବ ସମାଜ ତିଷ୍ଠି ରହିବା ପାଇଁ ପରିବେଶ ସୁରକ୍ଷାର ଯଥେଷ୍ଟ ଆବଶ୍ୟକତା ରହିଛି।ଆମକୁ ପ୍ରକୃତି ପ୍ରତି ଯତ୍ନବାନ୍ ହେବାକୁ ପଡିବ ।ପରିବେଶର ସୁରକ୍ଷା ସମସ୍ତଙ୍କର ଦ୍ଧେୟ ହେବା ଉଚିତ୍ ବୋଲି ଏହି ଅବସରରେ ଏକ ସଭା ରେ ସମ୍ପର୍କ ଫାଉଣ୍ଡେସନ ର ସଭା ପତି ସୁବାସିସ ମହାପାତ୍ର ଓ ରାଜ୍ୟ ସମ୍ପାଦିକା ପ୍ରଜ୍ଞା ଜ୍ୟୋତି ଦାସ କହିଥିଲେ। ଏବଂ ପରିବେଶ  ସୁରକ୍ଷା ପାଇଁ ଏହି ଫାଉଣ୍ଡେସନ ର ସଦା ସର୍ବଦା ପ୍ରଚେଷ୍ଟା ଜାରି ରହିବ ବୋଲି କହିଥିଲେ।
Leave A Reply

Your email address will not be published.