NCB ମୁମ୍ବାଇ ଜୋନ୍ ପୂର୍ବ ଚିଫ୍ ସମୀର ୱାଙ୍ଖେଡେ ଙ୍କ ବିରୁଦ୍ଧରେ ସିବିଆଇ ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠନ ଆରମ୍ଭ କରିଛି । ସିବିଆଇ ପକ୍ଷରୁ କୁହାଯାଇଛି ଯେ ୱାଙ୍ଖେଡେ ଙ୍କ ଉପରେ ଆର୍ୟନ୍ ଖାନ୍ କ୍ରୁଜ କେଶ ସହିତ ଜଡ଼ିତ ଭ୍ରଷ୍ଟାଚାର ମାମଲା କୁ ନେଇ ଯାଞ୍ଚ ଆରମ୍ଭ ହୋଇଛି । ଦିଲ୍ଲୀ , ମୁମ୍ବାଇ ଓ ରାଞ୍ଚି ସମେତ ୨୯ ହଜାର ଉପରେ ରେଡ୍ କରାଯାଇଛି । ସିବିଆଇ ଏଥି ସହିତ ତାଙ୍କ ଭଉଣୀ , ପିତା ଓ ଶାଶୂ ଶଶୁର ଙ୍କ ଘର ଉପରେ ମଧ୍ୟ ଚଢ଼ାଉ କରିଛି ।
ନ୍ୟୁଜ୍ ଏଜେନ୍ସି ପିଟିଆଇ ପକ୍ଷରୁ ସିବିଆଇ ଅଧିକାରୀ ଙ୍କ ପକ୍ଷରୁ କୁହାଯାଇଛି ଯେ କ୍ରୁଜ୍ ଜାହାଜ ଉପରେ ଡ୍ରଗସ୍ ଜବତ ମାମଲା ରେ ବଲିଉଡ୍ ଅଭିନେତା ସହରୁଖ ଖାନ୍ ଙ୍କ ପୁଅ ଆର୍ୟନ ଖାନ୍ ଙ୍କୁ ନଫସାଇବା ପାଇଁ ୨୫ କୋଟି ଟଙ୍କା ଲାଞ୍ଚ ମାଗିବା ଆରୋପ ରେ ୱାଙ୍ଖେଡେ ଙ୍କ ବିରୁଧ ରେ FRI ଦର୍ଜ ହୋଇଛି ।
କୃଜ ଉପରେ ଯେତେବେଳେ ଚଢ଼ାଉ ହୋଇଥିଲା ୱାଙ୍ଖେଡେ ନାର୍କୋଟିକସ କଣ୍ଟ୍ରୋଲ ବ୍ୟୁରୋ ର ମୁଖ୍ୟ ମୁମ୍ବାଇ ଜୋନ୍ ର ଚିଫ ଥିଲେ । କ୍ରୂଜ ରୁ ଦିଗଜ ନେତା ଶହାରୁଖ୍ ଖାନ୍ ଙ୍କ ପୁଅ ଆର୍ଯ୍ୟାନ୍ ଖାନ୍ , ଅରବଜ୍ ମର୍ର୍ଚଣ୍ଟ ଓ ମୁନମୁନ୍ ଧମେଚା ଙ୍କ ସମେତ ଅନ୍ୟ ମାନେ ଡ୍ରଗସ୍ ନେବା ମାମଲାରେ ଆରୋପ ରେ ଅକ୍ଟୋବର ୨ , ୨୦୨୧ ରେ ଗିରଫ କରାଯାଇ ଥିଲା ।
ଏହାପରେ ଅର୍ୟନ୍ ଖାନ୍ ପାଖାପାଖି ୪ ସପ୍ତାହ ପର୍ଯ୍ୟନ୍ତ ନ୍ୟାୟିକ ହିରସତ୍ ରେ ରହିଥିଲେ । ତାଙ୍କ ଗିରଫ ହେବାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଏହାପରେ ସ୍ଵୟଂ ସାକ୍ଷୀ ମଧ୍ୟ କଥା ଏପଟ ସେପଟ କରିଥିଲେ । ଏହାପରେ NCB ପକ୍ଷରୁ ୨୦୨୨ ରେ କୁହାଯାଇ ଥିଲା ଯେ ଆର୍ଯ୍ୟନ୍ ଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ମିଳିଲା ନାହିଁ ।