ଟେଲିଭିଜନ୍ ଅଭିନେତ୍ରୀ ସମୀକ୍ଷା ଭଟନାଗର ‘ତିସ୍ନଗି’ ଗୀତରୁ ମୁ୍ୟଜିକାଲ ଡେବୁ୍ୟ କରିଛନ୍ତି । ସେ ‘ଏକ ବୀର ଔର ଅରଦାସ: ବୀରା’, ‘ଦେବେæô କା ଦେବ ମହାଦେବ’ ଓ ‘କୁମକୁମ ଭାଗ୍ୟ’ ସିରିଏଲ୍ ଓ ‘କ୍ୟାଲେଣ୍ଡର ଗର୍ଲ’, ‘ପୋଷ୍ଟର ବୟ’ ଭଳି ଫିଲ୍ମରେ ନଜର ଟାଲେଣ୍ଟ୍ ଦେଖାଇଛନ୍ତି । ସମୀକ୍ଷାଙ୍କ ଏହି ଗୀତକୁ ୟୁଟୁବ୍ରେ ଅପଲୋଡ୍ କରାଯାଇଛି । ସେ କହିଛନ୍ତି, ‘ମୁଁ ପିଲାଦିନୁ କ୍ଲାସିକାଲ ସିଙ୍ଗିଙ୍ଗ୍ ଅଭ୍ୟାସ କରିଆସୁଛି । ମୁଁ ଗୀତରେ ଫୋକସ୍ କରିପାରିଲି ନାହିଁ । ଯେତେବେଳେ କିଛି କଭର ସଙ୍ଗ୍ ଗାଇଲି ଭଲ ପ୍ରତିକ୍ରିୟା ମିଳିଲା । ମୁଁ ସିଙ୍ଗଲ୍ ଟ୍ରାକ୍ ସହ ଗାଇବି ବୋଲି ନିର୍ଣ୍ଣୟ ନେଲି ।’ ତିସ୍ନଗି ଅଲୌକିକ ରାହିଙ୍କ ଦ୍ୱାରା ଲେଖାଯାଇଛି ଓ ଏହାକୁ କମ୍ପୋଜ୍ କରିଛନ୍ତି ଋଷି ସିଂହ ।
