Odisha news

ସାନିଆ ମିର୍ଜା ଓ ମହମ୍ମଦ ଶାମି ଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର, ଏହିଦିନ ହେବ ଉଭୟଙ୍କର ଏନଗେଜମେଣ୍ଟ

0

ନୂଆଦିଲ୍ଲୀ : ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି ଗତ କିଛି ବର୍ଷରୁ କ୍ରିକେଟ ଠାରୁ ଦୁରେଇ ରହିଛନ୍ତି l ଗତ ବର୍ଷ ଭାରତେ ଖେଳାଯାଉଥିବା ବିଶ୍ୱ କପରେ ତାଙ୍କ ବୋଲିଂ ଖୁବ ପ୍ରଶଂସନୀୟ ଥିଲା l ଏହି ସମୟରେ କ୍ଷତାକ୍ତ ହୋଇ ମଧ୍ୟ ପୁରା ଟୁର୍ନାମେଣ୍ଟ ରେ ଖୁବ ସୁନ୍ଦର ପରଫରମାନ୍ସ ଦେଇଥିଲେ l

ବର୍ତମାନ ସୋସିଆଲ ମିଡିଆରେ ୩୩ ବର୍ଷୀୟ ଖେଳାଳି ଖୁବ ଟ୍ରେଣ୍ଡ କରୁଛି l ବିଶେଷ ଭାବରେ ମହମ୍ମଦ ଶାମି ଦ୍ଵିତୀୟ ଥର ବିବାହ କରିବାକୁ ଯାଉଛନ୍ତି ଓ ସେ ମଧ୍ୟ ଭାରତର ପୂର୍ବ ଟେନିସ ତାରକା ସାନିୟା ମିର୍ଜା ଙ୍କ ସହିତ l ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଏହି ଦୁଇ ଖେଳାଳୀ ଙ୍କ ଏନଗେଜମେଣ୍ଟ ର ତାରିଖ ସାମ୍ନାକୁ ଆସିଛି l

ମହମ୍ମଦ ଶାମି ଓ ସାନିୟା ମିର୍ଜା ବିବାହ ବନ୍ଧନ ରେ ଆବଦ୍ଧ ହେବାକୁ ଯାଉଛନ୍ତି l ସୋସିଆଲ ମିଡ଼ିଆର ଖବର ଅନୁସାରେ ଉଭୟଙ୍କ ନିର୍ବନ୍ଧ ତାରିଖ ନିର୍ଦ୍ଧିଷ୍ଟ ହୋଇଯାଇଛି l ଗୋଟିଏ ପ୍ରତିଷ୍ଠିତ ମିଡ଼ିଆ ରିପୋର୍ଟ ଅନୁସାରେ ଅଗଷ୍ଟ ୨୦ ତାରିଖ ଦିନ ଶାମି ଓ ସାନିୟା ମିର୍ଜା ଙ୍କର ନିର୍ବନ୍ଧ ହେବାକୁ ଯାଉଛି l

ବିଶେଷ ସୂଚନା ଅନୁସାରେ ଉଭୟ ତାରକା ଖେଳାଳୀ ଙ୍କ ନିକଟରୁ ବର୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ l ପାକିସ୍ତାନୀ କ୍ରୀକେଟିଅର ସୋଏବ ମଲିକ ଙ୍କ ସହିତ ସାନିୟା ମିର୍ଜା ପୂର୍ବରୁ ବିବାହ କରିଥିଲେ l ମହମ୍ମଦ ଶାମୀ ଓ ସାନିୟା ମିର୍ଜା ଙ୍କ ପ୍ରଥମ ବିବାହ ସଫଳ ହୋଇ ନଥିଲା , ଶାମି ୨୦୧୪ ରେ ଚିୟରଲିଡର ଓ ମଡେଲ ହସୀନ ଜହାଂ ଙ୍କୁ ବିବାହ କରିଥିଲେ l ଗୋଟିଏ ବର୍ଷ ପରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇ ଯାଇଥିଲା l ୨୦୧୮ ରେ ହସିନ ଜହାଂ ଭାରତୀୟ କ୍ରୀକେଟିଅର ଙ୍କ ଉପରେ ଘରୋଇ ହିଂସା, ଏକ୍ସଟ୍ରା ମାରିତାଲ ଆଫେୟାର, ମ୍ୟାଚ ଫିକସିଂ ଭଳି ସଂଗୀନ ଆରୋପ ଲଗାଇଥିଲେ l

ଭାରତର ପୂର୍ବ ଟେନିସ ତାରକା ଗ୍ଲୋବାଲ ଆଇକନ ଥିବା ସାନିୟା ମିର୍ଜା ୨୦୧୦ ରେ ବିବାହ କରିଥିଲେ, ବିବାହର ୮ ବର୍ଷ ପରେ ଉଭୟ ଙ୍କର ଗୋଟିଏ ପୁତ୍ର ସନ୍ତାନ ହୋଇଥିଲା l କିନ୍ତୁ ଏହି ବିବାହ ଦୀର୍ଘ ସମୟ ପର୍ଯ୍ୟନ୍ତ ରହି ନଥିଲା, ୨୦୨୩ ରେ ଉଭୟ ଅଲଗା ହୋଇଯାଇ ଥିଲେ l

Leave A Reply