Odisha news

ସଲମାନ୍ ଙ୍କ ସହିତ ପଙ୍ଗା ନେବା ପଡ଼ିଲା ଭାରି : ଏହି ବିଗ୍ ବସ୍ ପ୍ରତିଯୋଗୀ ମାନଙ୍କୁ ମିଳିଲାନି କାମ

ମୁମ୍ବାଇ : ବିଗ୍ ବସ୍ ସବୁବେଳେ ନିଜର କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚାରେ ରହିଥିଲେ ମଧ୍ୟ ଅନେକ ପ୍ରତିଯୋଗୀ ଙ୍କ ଭ୍ୟାବିଶ୍ୟତ ତିଆରି କରି ଦେଇଛି । ଏପରି କିଛି ପ୍ରତିଯୋଗୀ ଅଛନ୍ତି ଯେଉଁମାନଙ୍କୁ ଏହି ଶୋ ସରିବା ପରେ ଆଉ ଦେଖିବାକୁ ମିଳୁନାହିଁ । ଏଥିରେ ସେହି ପ୍ରତିଯୋଗୀ ମାନେ ରହିଛନ୍ତି ଯେଉଁମାନଙ୍କୁ ଶୋ କୁ ହୋଷ୍ଟ୍ କରୁଥିବା ବଲିଉଡ୍ ଭାଇଯାନ୍ ଙ୍କ ସହିତ ପଂଗା ନେବା ପଡ଼ିଛି ଭାରି ।

ଆଜି ଆପଣଙ୍କୁ ଏପରି ୪ଟି କଳାକାର ଙ୍କ ନାମ କହିବୁ ଯେଉଁମାନଙ୍କୁ ସଲମାନ୍ ଙ୍କ ସହିତ ଶତ୍ରୁତା କରିବା ଖୁବ୍ ଭରି ପଡ଼ିଛି ଓ ସେମାନଙ୍କ କ୍ୟାରିଅର ସମ୍ପୂର୍ଣ୍ଣ ବର୍ବାଦ ହୋଇ ଯାଇଛି । ବିଗ୍ ବସ୍ ୫ର ପ୍ରତିଯୋଗୀ ଆକାସଦ୍ଵିପ ସହାଗଲ ଙ୍କ ସହିତ ସଲମାନ୍ ଙ୍କ ର ଖୁବ୍ ଗଣ୍ଡଗୋଳ ହୋଇଥିଲା । ଏହାପରେ ୨୦୧୭ରେ ସେ ମହାରଣା ପ୍ରତାପ ଟିଭି ଧାରାବାହିକ ରେ ଗୋଟିଏ ଛୋଟ ରୋଲ ରେ ନଜର ଆସିଲେ ଓ ତା ପରେ ସେ ଟିଭି ଜଗତରୁ ସମ୍ପୂର୍ଣ୍ଣ ଉଭେଇ ଗଲେ ।

ବିଗ୍ ବସ୍ ୧୦ ର ପ୍ରତିଯୋଗୀ ପ୍ରିୟଙ୍କା ଜଗା ଙ୍କ ର ସଲମାନ୍ ଙ୍କ ସହିତ ଏପରି ଗଣ୍ଡଗୋଳ ହେଲା ଯେ ସଲମାନ୍ କଲର୍ଶ ଚ୍ୟାନେଲ କୁ କହିଲେ ଯଦି ସେ ପ୍ରୀୟଙ୍କଙ୍କୁ କୌଣସି ପ୍ରୋଜେକ୍ଟ ରେ କାମ ଦେବେ ତେବେ ସେ ଆଉ ଶୋ ହୋଷ୍ଟ କରିବେନି । ବିଗ୍ ବସ୍ ୧୧ର ପ୍ରତିଯୋଗୀ ଜୁବେର ଖାନ୍ ଙ୍କୁ ସଲମାନ୍ ଙ୍କ ସହିତ ପଙ୍ଗା ନେବା ପଡ଼ିଲା ଭରି । ଜୁବର ବିଗ୍ ବସ୍ ହାଉସ ର ମହିଳା ପ୍ରତିଯୋଗୀ ମାନଙ୍କୁ ଖରାପ୍ ବ୍ୟବହାର କରିବା ସହିତ ଖରାପ୍ ଭାଷା ପ୍ରୟୋଗ କରୁଥିଲେ । ଏହାକୁ ନେଇ ତାଙ୍କର ସଲମାନ୍ ଙ୍କ ସହିତ ପାଟି ତୁଣ୍ଡ ହୋଇଥିଲା । ଏହାପରେ ସଲମାନ୍ ତାଙ୍କୁ ଧମକ ଦେଇଥିଲେ ଯେ ଯଦି ତତେ ମୁଁ ବର୍ବାଦ୍ କରି ନ ଦେଇଛି ମୋ ନାମ ସଲମାନ୍ ଖନ୍ ନୁହେଁ । ବିଗ୍ ବସ୍ ହାଉସ ରୁ ଜୁବେର ବାହାରିବା ପରେ ପୋଲିସ ଷ୍ଟେସନ ରେ ସଲମାନ୍ ଙ୍କ ବିରୁଦ୍ଧରେ ଏଫଆଇଆର ଦେଇଥିଲେ କିନ୍ତୁ କିଛି ଲାଭ ହେଲାନି, ସେ ତା ସହିତ ନିଜର କ୍ୟାରିଅର ବାର୍ବାଦ କଲେ ।

ବିଗ୍ ବସ୍ ୫ର ପ୍ରତିଯୋଗୀ ସିଧାର୍ଥ ଭରଦ୍ୱାଜ ଖୁବ୍ ଆଶା ନେଇ ବିଗ୍ ବସ୍ ହାଉସ କୁ ଯାଇଥିଲେ କିନ୍ତୁ ସଲମାନ୍ ଙ୍କ ସହିତ ପଙ୍ଗା ନେବାପରେ ତାଙ୍କୁ ଆଉ ୨୦୧୪ ରୁ ଦେଖିବାକୁ ମିଳିଲା ନାହିଁ ।

Shares