Odisha news

ସାଲେପୁର ସବ୍ରେଜିଷ୍ଟାର କାର୍ଯ୍ୟାଳୟର ଷ୍ଟାମ୍ପ୍ ଭେଣ୍ଡରଙ୍କ ପରଲୋକ

0

ସାଲେପୁର :  ସାଲେପୁର ସବ୍ରେଜିଷ୍ଟରଙ୍କ କାର୍ଯ୍ୟାଳୟ ପରିସରରେ ଦୀର୍ଘଦିନ ଧରି ଷ୍ଟାମ୍ପ୍ ଭେଣ୍ଡର ରୂପେ କାର୍ଯ୍ୟ କରିଆସୁଥିବା ସ୍ୱର୍ଗତ ଶୁକଦେବ ଜେନାଙ୍କ ପୁତ୍ର ସୁବୋଧ କୁମାର ଜେନା ଫୁସ୍ଫୁସ୍ ଜନିତ ରୋଗରେ ପୀଡିତ ଥିଲାବେଳେ ଆଜି ତାଙ୍କର ମୃତୁ୍ୟ ହୋଇଯାଇଛି ।

ତାଙ୍କ ବିୟୋଗରେ ସାଲେପୁର ସବ୍ରେଜିଷ୍ଟର କାର୍ଯ୍ୟାଳୟରେ ଶୋକ ପ୍ରକାଶ ପାଇଥିବାବେଳେ ସମସ୍ତ ଷ୍ଟାମ୍ପ୍ ଭେଣ୍ଡରମାନେ ଶୋକ ପ୍ରକାଶ କରିଛନ୍ତି ।

ସେ ଜଣେ ମିଷ୍ଟଭାଷୀ ଓ କର୍ତ୍ତବ୍ୟ ପରାୟଣ ଯୁବକ ଥିଲେ । ତାଙ୍କ ବାପା ଶୁକଦେବ ଜେନାଙ୍କ ମୃତୁ୍ୟ ପରେ ସେ ଏଠାରେ ଷ୍ଟାମ୍ପ୍ ଭେଣ୍ଡର ରୂପେ ସୁଚାରୁ ରୂପେ ଦାୟିତ୍ୱ ତୁଲାଇ ଆସୁଥିଲେ ।

Leave A Reply