Odisha news

ତରିତୋ ପଞ୍ଚାୟତ ବିଜେଡି ପକ୍ଷରୁ ବୈଠକ

0

ସାଲେପୁର : ଗତକାଲି ସାଲେପୁର ବ୍ଲକ୍ ଅନ୍ତର୍ଗତ ତରିତୋ ପଞ୍ଚାୟତରେ ପଞ୍ଚାୟତ ବିଜେଡି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ଦୂରତ୍ୱ ବଜାୟ ରଖି ଗତକାଲି ସନ୍ଧ୍ୟାରେ ତରିତୋ ପଞ୍ଚାୟତର ହରିଚନ୍ଦନପୁର ବ୍ୟାରେଜ୍ ଆଇ.ବି.ଠାରେ ଯୁବନେତା ଲୋଲୁପ ବିଶ୍ୱାଳଙ୍କ ସଭାପତିତ୍ୱରେ ଏହି ବୈଠକରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ କୋଭିଡ୍ ମହାମାରୀ ସମୟରେ କିଭଳି ସଚେତନ ହୋଇ ଏହାର ମୁକାବିଲା କରିବା ସହ ସ୍ଥାନୀୟ ଜନସାଧାରଣଙ୍କୁ ସାହାଯ୍ୟ ଓ ସହଯୋଗ କରିବ ସେ ଦିଗରେ ବିଜେଡି କର୍ମୀମାନଙ୍କୁ ପରାମର୍ଶ ଦେବା ସହ ଏହି ପଞ୍ଚାୟତରେ ରାଜ୍ୟ ସରକାରଙ୍କ ସମସ୍ତ ବିକାଶ ମୂଳକ କାର୍ଯ୍ୟ ଯଥା: ରାଶନ୍ କାର୍ଡ, ଭତ୍ତା, ଉନ୍ନୟନ ମୂଳକ କାର୍ଯ୍ୟ, ପିଇବା ପାଣିର ସମସ୍ୟା, ରାସ୍ତାଘାଟର ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ ।

ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ସ୍ୱାଗତ କରି ତଥା ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ କାର୍ଯ୍ୟଦକ୍ଷତାକୁ ସମର୍ଥନ ଜଣାଇ ଏହି ପଞ୍ଚାୟତର ୮ଜଣ ବିଜେପି କର୍ମୀ ପ୍ରଭାତ ମଲ୍ଲିକ, ପବିତ୍ର ମଲ୍ଲିକ, ହେମନ୍ତ ମଲ୍ଲିକ, ଗୋପୀକୃଷ୍ଣ ସାହୁ, ସନ୍ତୋଷ ମଲ୍ଲିକ ପ୍ରମୁଖ ବିଧାୟକଙ୍କ  ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡି ଦଳରେ ସାମିଲ ହୋଇଥିଲେ । ନୂତନ ଭାବେ ବିଜୁ ଜନତା ଦଳର ସଦସ୍ୟ ପଦ ଗ୍ରହଣ କରିଥିବା କର୍ମୀମାନଙ୍କୁ ବିଧାୟକ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ସାଲେପୁର ବ୍ଲକ୍ର ପୂର୍ବତନ ଉପାଧ୍ୟକ୍ଷ ତଥା ଆତ୍ମାର ସଭାପତି ଦିଲ୍ଲୀପ ଦାଶ, ରଜନୀକାନ୍ତ ଦାଶ, ତରିତୋ ପଞ୍ଚାୟତ ବିଜେଡି ନେତା ପ୍ରଭାକର ସୂତାର, ଯୁବନେତା ଅନିଲ ପରିଡ଼ା, ପିତାମ୍ବର ପରିଡ଼ା, ଧରଣୀଧର ପରିଡ଼ା, ଅନ୍ତର୍ଯ୍ୟାମୀ ବିଶ୍ୱାଳ, ମୁରଲୀଧର ରାଏଗୁରୁ, ସିରାଜ ଖାଁ, ବିବେକା ପରିଡ଼ା, ଟୁକନ ଭୋଇ, କାଳନ୍ଦୀ ମଲ୍ଲିକ, ବିଜୟ ଦାସ, ସୁଧିର ପରିଡ଼ା, ଡିମ୍ପଲ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଏହି ବୈଠକକୁ ପରିଚାଳନା କରିଥିଲେ

IEC 2 years
Leave A Reply