Odisha news

ପୁଣି ବାହାରିଲେ ସାଲେପୁର ବ୍ଲକ୍ରେ ୨ପଜିଟିଭ୍

0

ସାଲେପୁର : ଗତ ୨୩ତାରିଖ ଦିନ ସାଲେପୁର ବ୍ଲକ୍ର ବିଭିନ୍ନ ପଞ୍ଚାୟତରୁ ୫୩ଜଣଙ୍କର ସ୍ୱାବ୍ ପରୀକ୍ଷା ନିମନ୍ତେ ଯାଇଥିବାବେଳେ ସେଥି ମଧ୍ୟରୁ ୨ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ସାଲେପୁର ବିଡ଼ିଓ ଦେବରାଜ ସେଠୀ ପ୍ରକାଶ କରିଛନ୍ତି । ସେହିପରି ମିର୍ଜାପୁର ପଞ୍ଚାୟତର ଜଣେ ବ୍ୟକ୍ତି ଗଞ୍ଜାମ ବରହମ୍ପୁର ଅଞ୍ଚଳରୁ ଫେରି ଏକ ସ୍କୁଲ ଘରେ କ୍ୱାରେଣ୍ଟାଇନ୍ରେ ରହିଥିବାବେଳେ ତାଙ୍କଠାରେ ଲକ୍ଷଣ ଦେଖାଯିବାରୁ ୨୩ତାରିଖ ଦିନ ତାଙ୍କ ସ୍ୱାବ୍ ପରୀକ୍ଷା ନିମନ୍ତେ ପଠାଯାଇଥିବାବେଳେ ଆଜି ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

ସେହିପରି ତେନ୍ତୋଳ ପଞ୍ଚାୟତର ଜଣେ ବ୍ୟକ୍ତି ହରିୟାନାରୁ ଆସି ହୋମ୍ କ୍ୱାରେଣ୍ଟାଇନ୍ରେ ରହିଥିବାବେଳେ ତାଙ୍କର ମଧ୍ୟ ରିପୋର୍ଟ ପଜିଟିଭ୍ ଆସିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଆଜି ସୁଦ୍ଧା ସାଲେପୁର ବ୍ଲକ୍ରେ ମୋଟ୍ ୫୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୩୫ରୁ ଉଦ୍ଧ୍ୱର୍ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି ।

Nalco
Leave A Reply