Odisha news

ଲକ୍ଡାଉନ୍ରେ ଦୋକାନ ଖୋଲିଥିବା ଯୋଗୁ ୭ଜଣଙ୍କ ନାମରେ ମାମଲା ରୁଜୁ ବହୁ ଅମାନିଆଙ୍କ ଠାରୁ ୫୦ହଜାରରୁ ଉଦ୍ଧ୍ୱର୍ ଜରିମାନା ଆଦାୟ

0

ସାଲେପୁର : ଦିନକୁ ଦିନ ଯେଉଁଭଳି ଭାବେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି । ତାହାକୁ ରୋକିବାପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱତନ୍ତ୍ର କୋଭିଡ୍ ଆଇନ୍ ପ୍ରଣୟନ କରିବା ସହ ବିଭିନ୍ନ ଅଞ୍ଚଳରେ ଲକ୍ଡାଉନ୍, ସଟ୍ଡାଉନ୍, କଣ୍ଟେନ୍ମେଣ୍ଟ୍  କରୁଛନ୍ତି । କିନ୍ତୁ ସରକାରଙ୍କର ଏହି ଆଇନ୍ କେତେକ ଅମାନିଆମାନେ ନମାନି ଖାମଖିଆଲୀ ନୀତି ପୋଷଣ କରିବା ସହ ବେପରୁଆ ଭାବେ ବୁଲିବା, ନିଜର ବ୍ୟବସାୟ ପ୍ରତିଷ୍ଠାନ ଖୋଲି ନିଧଡ଼କ ଭାବେ ବ୍ୟବସାୟ କରୁଛନ୍ତି ।

ଏମାନଙ୍କୁ ସାବାଡ଼ କରିବାପାଇଁ ପ୍ରଶାସନ କଠୋର ନୀତି ଅବଲମ୍ବନ କରିଛି । ଚଳିତ ମାସ ୧୭ତାରିଖ ଠାରୁ ୩୧ତାରିଖ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଘୋଷଣା କରାଯାଇଥିବାବେଳେ ସାଲେପୁର ତହସିଲ ଅଞ୍ଚଳରେ କେତେକ ଅମାନିଆ ଏହି ଲକ୍ଡାଉନ୍ ଆଇନ୍କୁ ନମାନି ମନଇଚ୍ଛା ନିଜର ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା, ବିନା ମାସ୍କରେ ଆଦି ବୁଲିବା ନିୟମିତ ଚଳାଇଥିବାବେଳେ ପ୍ରଶାସନ ପକ୍ଷରୁ ଏହି ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରାଯାଉଥିବାବେଳେ ଯେଉଁ ଅମାନିଆ ଜରିମାନା ଦେଲାପରେ ମଧ୍ୟ ଏହି ଆଇନ୍କୁ ଖାତିର କରୁନାହାଁନ୍ତି, ସେମାନଙ୍କ ବିରୁଦ୍ଧରେ କୋଭିଡ୍ ଆଇନ୍ ଅମାନ୍ୟ କରୁଥିବାରୁ ତାଙ୍କ ନାମରେ ମାମଲା ରୁଜୁ କରାଯାଉଛି ।

ସାଲେପୁର ପୁଲିସ ପକ୍ଷରୁ ଆଜି ସୁଦ୍ଧା ୨୦ରୁ ଉଦ୍ଧ୍ୱର୍ ଅମାନିଆ ବ୍ୟବସାୟୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିବାବେଳେ ବିଭିନ୍ନ ଅମାନିଆଙ୍କ ଠାରୁ ପ୍ରାୟ ୫୦ହଜାରରୁ ଉଦ୍ଧ୍ୱର୍ ଟଙ୍କାର ଜରିମାନା ଆଦାୟ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ୧୭ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ସାଲେପୁର ଥାନାର ସାଲେପୁର ବଜାର, ବୋଦାମୁଣ୍ଡାଇ, ବାଲିଆ, ଶଙ୍କରପୁର, ନାନେ୍ଦାଳ, ସଉରୀ, କୋଲଣପୁର ସମେତ ବିଭିନ୍ନ ଅଞ୍ଚଳରେ ବେଆଇନ୍ ଭାବେ ଦୋକାନ ଖୋଲିଥିବା ୭ଜଣ ଦେକାନୀଙ୍କ ନାମରେ କୋଭିଡ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ସେହିପରି ସାଲେପୁରର କୁଆଁପାଳରୋଡ, ବୋଦାମୁଣ୍ଡାଇ, ଶିଶୁଆ, ମାଛୁଆତି, ରାଇସୁଙ୍ଗୁଡ଼ା, ଜପକୁଦ, ସଉରୀ, ନାନେ୍ଦାଳ, କେନ୍ଦୁପାଟଣା, କୁଳିଆ ଆଦି ଛକମାନଙ୍କରେ ପୁଲିସ ପକ୍ଷରୁ ଚେକିଂ ଜୋରଦାର କରାଯିବା ସହ ଅମାନିଆମାନଙ୍କୁ ସାବାଡ଼ କରାଯାଉଥିବା ଦେଖିବାକୁ ମିଳିଛି ।

Leave A Reply