Odisha news

ଯୁବକର ସନେ୍ଦହ ଜନକ ମୃତ୍ୟୁ , ରକ୍ତଜୁଡୁବୁଡୁ ଅବସ୍ଥାରେ ଯୁବକର ଘର ସମ୍ମୁଖରୁ ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଆରମ୍ଭ

0

ସାଲେପୁର : ଜଣେ ଯୁବକର ମୃତ ଦେହକୁ ସାଲେପୁର ପୁଲିସ ସଂପୃକ୍ତ ଯୁବକର ଘର ସମ୍ମୁଖରୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିବାବେଳେ ମାତ୍ରାଧିକ ନିଶା ସେବନ ଯୋଗୁ ସଂପୃକ୍ତ ଯୁବକର ମୃତୁ୍ୟ ଘଟିଥିବାର ତାଙ୍କ ପରିବାର ଲୋକେ କହୁଥିବାବେଳେ ସଂପୃକ୍ତ ଯୁବକକୁ କିଏ ହତ୍ୟା କରି ତା’ର ଘର ସମ୍ମୁଖରେ ମୃତଦେହକୁ ଫିଙ୍ଗିଦେଇ ଫେରାର ହୋଇଯାଇଥିବା ସାଲେପୁର ଅଞ୍ଚଳରେ ଚର୍ଚ୍ଚା ହେଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସାଲେପୁର ପୁଲିସ ପକ୍ଷରୁ ସୂଚନା ମିଳିଛି । ଖବରରୁ ପ୍ରକାଶ ଯେ ସାଲେପୁର ଥାନା ଅନ୍ତର୍ଗତ ଶିଶୁଆ ଗ୍ରାମର ଦୁଲ୍ଲଭ ସାହୁଙ୍କ ପୁତ୍ର ମାନସ ରଂଜନ ସାହୁ(୪୩) ପ୍ରତିଦିନ ଭଳି ଗତକାଲି ବିଭିନ୍ନ ଭୋଜି କାର୍ଯ୍ୟକ୍ରମରେ ରୋଷେୟା ଭାବେ କାର୍ଯ୍ୟ କରିବାକୁ ଯାଇଥିଲେ । ଆଜି ଭୋରରୁ ତାଙ୍କ ପରିବାର ଲୋକେ ଦେଖନ୍ତି ଯେ ଘର ସମ୍ମୁଖରେ ସେ ରକ୍ତାକ୍ତ ଅବସ୍ଥାରେ ପଡିଛନ୍ତି । ତାଙ୍କ ପରିବାର ଲୋକେ ତାଙ୍କୁ ଉଠାଇଲାବେଳକୁ ତାଙ୍କର ମୃତୁ୍ୟ ଘଟିଥିବା ସେମାନେ କହିଥିଲେ । ଅଧିକାଂଶ ସମୟରେ ମାତ୍ରାଧିକ ମଦ୍ୟପାନ କରି ଭାରସାମ୍ୟ ହରାଇ ମାନସ ଏଣେତେଣେ ପଡି ଖଣ୍ଡିଆଖାବରା ହେଉଥିବାର ନଜିର ଥିବାର ତାଙ୍କ ପରିବାର ଲୋକେ କହିଛନ୍ତି ।

ଗତକାଲି ଜନୈକ ବ୍ୟକ୍ତିଙ୍କର ରୋଷେଇ କାର୍ଯ୍ୟ ସଂପାଦନ କରି ଘରକୁ ଫେରିଥିବାବେଳେ ଘର ସମ୍ମୁଖରେ ପଡି ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ତାଙ୍କର ମୃତୁ୍ୟ ଘଟିଥିବାର ତାଙ୍କ ପରିବାର ଲୋକ କହିଛନ୍ତି । ଅପର ପକ୍ଷରେ ପାରିପାଶ୍ୱର୍ିକ ପରିସ୍ଥିତିକୁ ଆଖିଆଗରେ ରଖି ମାନସକୁ କେହି ହତ୍ୟାକରି ତାଙ୍କ ଘର ସମ୍ମୁଖରେ ଫୋପାଡି ଦେଇଥିବା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଅପର ପକ୍ଷରେ ମାନସର ମୃତଦେହ ସନେ୍ଦହଜନକ ଅବସ୍ଥାରେ ମିଳିବାରୁ ତା’ର ମୃତୁ୍ୟକୁ ନେଇ ସାଧାରଣରେ ସନେ୍ଦହ ପ୍ରକାଶ ପାଇଛି । ସାଲେପୁର ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚô ଶବଟିକୁ ଜବତ କରିବା ସହ ସାଲେପୁର ଥାନା କେଶ୍ ନଂ୧୭/୨୦୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲୁ ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମାନସର ମୃତୁ୍ୟର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ପୁଲିସ କହିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ମାନସ ମାତ୍ରାଧିକ ମଦ୍ୟପାନ କରୁଥିବାରୁ ଏହାର ସୁଯୋଗ ନେଇ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଦୁର୍ବୃତ୍ତ ତାକୁ ହତ୍ୟା କରି ତା’ର ଘର ସମ୍ମୁଖରେ ଫିଙ୍ଗିଦେଇଥିବାର ସନେ୍ଦହ କରାଯାଉଛି । ପୁଲିସ ନୀରପେକ୍ଷ ତଦନ୍ତ କଲେ ମାନସ ମୃତୁ୍ୟ ଘଟଣାର ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

Nalco
Leave A Reply