Odisha news

ସାଲେପୁର : ଫଳ ବ୍ୟବସାୟୀଙ୍କୁ ବନ୍ଧୁକରେ ମରଣାନ୍ତକ ଆକ୍ରମଣ କରି ୩ଲକ୍ଷ ଟଙ୍କା ଲୁଟ୍

0

ସାଲେପୁର : ଜନୈକ ଫଳ ବ୍ୟବସାୟୀ ଏକ ପିକ୍ଅପ୍ ଭ୍ୟାନ୍ ଯୋଗେ ମାଲ୍ ଆଣିବାପାଇଁ କଟକ ମାଲଗୋଦାମ ଯାଉଥିବାବେଳେ ନାନେ୍ଦାଳଗଡ଼ା ନିକଟରେ ୩ଜଣ ଯୁବକ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ନିକଟରୁ ୩ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ଆଜି ସକାଳ ପ୍ରାୟ ୯ଟା ବେଳେ କେନ୍ଦ୍ରାପଡ଼ା ଅଞ୍ଚଳର ଏରସାଦ ଅଲ୍ଲୀ ଚଳାଉଥିବା ଏକ ପିକ୍ଅପ୍ ଭ୍ୟାନ୍ ନଂ-ଓଡି୦୫ଜେଡ୍ ୪୯୬୧ରେ ମୁସ୍ତାକ ମହମ୍ମଦ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ମାଲ୍ ଆଣିବାକୁ ଯାଉଥିବା ସମୟରେ କଟକ-ସାଲେପୁର ରାସ୍ତାର ନାନେ୍ଦାଳଗଡ଼ା ନିକଟରେ ସେମାନଙ୍କୁ ଏକ ହିରୋହୁଣ୍ଡା ଗ୍ଲାମର ଯୋଗେ ଫଲୋ କରୁଥିବା ୩ଜଣ ଯୁବକ ଆମ୍ଭେ ଫାଇନାନ୍ସ ସଂସ୍ଥାରୁ ଆସିଛୁ ବୋଲି ତାଙ୍କ ଗାଡ଼ିକୁ ଅଟକାଇଥିଲେ ।

ଗାଡ଼ି ଅଟକାଇବାପରେ ଏହି ୩ଜଣ ଯୁବକ ମଧ୍ୟରୁ ୨ଜଣ ତାଙ୍କୁ ବନ୍ଧୁକ ଦେଖାଇ ତାଙ୍କୁ ଟଙ୍କା ନବାପାଇଁ ଧମକାଇଥିଲେ । ଉଭୟ ରାଜି ନହେବାରୁ ସେମାନଙ୍କୁ ବନ୍ଧୁକ ପଛପଟେ ମରଣାନ୍ତକ ଆକ୍ରମଣ କରିବା ସହ ରକ୍ତାକ୍ତ କରି ତାଙ୍କ ନିକଟରୁ ୩ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲୁଟିନେଇ ଦ୍ରୁତଗତିରେ କଟକ ଅଭିମୁଖେ ପଳାଇଯାଇଥିଲେ । ଖବର ପାଇ ସାଲେପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଲୁଟେରାଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ୨ଜଣଙ୍କୁ ଚିକିତ୍ସା ନିମନ୍ତେ ପଦ୍ମପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବାବେଳେ ଏହି ଘଟଣାର ତଦନ୍ତ ଚାଲୁ ରଖିଛନ୍ତି । ସାଲେପୁର ଅଞ୍ଚଳରେ ଲକ୍ଡାଉନ୍ ଦିନଠାରୁ ନିୟମିତ ଚୋରି, ଡକାୟତି, ରାହାଜାନୀ, ଲୁଟତରାଜ ଆଦି ଅପରାଧ ବଢ଼ିଚାଲିଥିଲେ ମଧ୍ୟ ସାଲେପୁର ପୁଲିସ ପକ୍ଷରୁ ଏହାକୁ ରୋକିବାପାଇଁ କୌଣସି ଉଦ୍ୟମ କରାଯାଉନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅପର ପକ୍ଷରେ ଏହି ଘଟଣାରେ ସାଲେପୁର ପୁଲିସ ପକ୍ଷରୁ ଥାନା କେଶ୍ ନଂ୨୩୨/୨୦୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲୁରଖିଥିଲେ ମଧ୍ୟ କାହାରିକୁ ଗିରଫ କରାଯାଇନଥିବା ଆଇ.ଆଇ.ସି. ଦେବେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି ।

Nalco

Leave A Reply