ସାଲେପୁର : କିଛିଦିନ ତଳେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣେ ପ୍ରବାସୀ ଓଡ଼ିଆର ଆଜି ସନେ୍ଦହଜନକ ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି । ସଂପୃକ୍ତ ବ୍ୟକ୍ତିର ମୃତୁ୍ୟ କିଭଳି ହେଲା ତାହା ଜଣାପଡୁନଥିବାବେଳେ କିଶନନଗର ପୁଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚାଲୁ ରଖିଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତୁ୍ୟର କାରଣ ଜଣାପଡିବ ବୋଲି ପୁଲିସ କହିଛି । ଖବରରୁ ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ କିଶନନଗର ଥାନା ଅଧିନ ପୁରୁଣାହାଟ ପଞ୍ଚାୟତ ଗଙ୍ଗାପୁର ଗ୍ରାମର ସୁଶାନ୍ତ ମହାନ୍ତି(୫୨) କିଛିଦିନ ତଳେ ଗୁଜୁରାଟରୁ ଫେରି ମାଳଶାସନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ସେଠାରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିବାପରେ ତାଙ୍କର ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ।
ସେଠାରୁ ସୁସ୍ଥ ହୋଇ ସେ ଘରକୁ ଫେରିଥିବାବେଳେ ଆଜି ସକାଳୁ ନିଜ ଆମ୍ବ ତୋଟାରେ ତାଙ୍କର ମୃତ ଦେହ ପଡିଥିବାର ସ୍ଥାନୀୟ ଲୋକେ ଦେଖି ତାଙ୍କ ପରିବାରକୁ ଖବର ଦେଇଥିଲେ । ଗତକାଲି ରାତିରେ ସୁଶାନ୍ତ ଖିଆପିଆ ସାରି ଘରେ ଶୋଇଥିବାବେଳେ ଆଜି ସକାଳୁ କିପରି ସେ ନିଜ ଆମ୍ବ ବଗିଚାକୁ ଆସିଲେ ଓ ସେଠାରେ ତାଙ୍କର ମୃତୁ୍ୟ ଘଟିଲା, ତାହା ସଠିକ୍ ଭାବେ ଜଣାପଡିନାହିଁ । ତାଙ୍କର ମୃତୁ୍ୟକୁ ନେଇ ସାଧାରଣରେ ସନେ୍ଦହ ପ୍ରକାଶ ପାଇଛି । ଖବର ପାଇ କିଶନନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଶବକୁ ଜବତ କରିବା ସହ କିଶନନଗର ଥାନାରେ ୧୩/୨୦୨୦ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କଟକ ପଠାଇ ଘଟଣାର ତଦନ୍ତ ଚାଲୁ ରଖିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ସୁଶାନ୍ତ ମୃତୁ୍ୟର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି । ଏହି ଘଟଣା ଦ୍ୱୀପାଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।
