ସାଲେପୁର : ସାଲେପୁରରେ ଥିବା ଏକ ନିର୍ଦ୍ଦିଷ୍ଟ ସରକାରୀ ସ୍ୱୀକୃତିପ୍ରାପ୍ତ ବିଦେଶୀ ମଦ ଦୋକାନରୁ ୧୦ଲିଟର ବିଦେଶୀ ମଦ ନେଇ ଯାଉଥିବା ଜଣେ ଚୋରା ମଦ ବ୍ୟବସାୟୀକୁ ସାଲେପୁର ପୋଲିସ ଗିରଫ କରିବା ସହ ତା’ ନିକଟରୁ ବିଭିନ୍ନ କିସମର ବିଦେଶୀ ମଦ ଜବତ କରିଥିବା ଜଣାଯାଇଛି ।
ଖବରରୁ ପ୍ରକାଶ ଯେ ଆଜି ଦିନ ପ୍ରାୟ ୨.୩୦ମି. ସମୟରେ ନେମାଳ ଥାନା ଅନ୍ତର୍ଗତ ହରିରାଜପୁର କେଶୁଲ ଗ୍ରାମର ସୁକାନ୍ତ ମଲ୍ଲିକ ନିଜ ମୋଟରସାଇକେଲ୍ ନଂ-ଓ.ଆର.୦୫କେ୦୨୭୫ରେ ସାଲେପୁର ଅଞ୍ଚଳରେ ଥିବା ଏକ ନିର୍ଦ୍ଦିଷ୍ଟ ସରକାରୀ ସ୍ୱୀକୃତିପ୍ରାପ୍ତ ବିଦେଶୀ ମଦ ଦୋକାନରୁ ବାକାଡ଼ି, ମାକ୍ଡୁଏଲ୍ ନଂ-୧, ସିନେଟ୍, ଓ.ସି.ବି., ଇମ୍ପେରିଆଲ୍ ବ୍ଲୁ ଆଦି କିସମର ପ୍ରାୟ ୧୦ଲିଟର ବିଦେଶୀ ମଦ ନେଇ ଯାଉଥିବା ସମୟରେ ସାଲେପୁର ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସାଲେପୁର ଫ୍ରେଣ୍ଡ୍ସ କଲୋନୀ ନିକଟରୁ ସଂପୃକ୍ତ ଯୁବକକୁ ଗିରଫ କରିବା ସହ ତା’ ନିକଟରୁ ଏହିସବୁ ମଦ ଓ ମୋଟର ସାଇକେଲ୍ ଜବତ କରିଥିବା ସାଲେପୁର ଆଇ.ଆଇ.ସି. ଦେବେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି ।
