Odisha news

ଆଡ଼ପ ମଣ୍ଡପରେ ବିଜେ କଲେ ମହାପ୍ରଭୁ।ପରମ୍ପରା ଅନୁଯାୟୀ ଗୁଣ୍ଡିଚା ପରଦିନ ହୁଏ ରଥଟଣା।

0
ସାଲେପୁର,୧୦/୭:-ମରହଟ୍ଟା ଯୁଗରୁ ସ୍ଥାପିତ ହୋଇଥିବା ସାଲେପୁର ବ୍ଲକ କଟରପା ବଳଭଦ୍ର ଜୀଉ ମଠରେ ପୂର୍ବ ପରମ୍ପରା ଅନୁଯାୟୀ ଏଠାରେ ଶ୍ରୀ ଗୁଣ୍ଡିଚା ପରଦିନ ରଥଟଣା ହୋଇଥାଏ।ଏହାର କାରଣ ଏହି ମଠର ଏକ ଶାଖା ମଠ ଖାକି ଆଖଡା ମଠ ପୁରୀରେ ଅବସ୍ତିତ।ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ସମୟରେ କଟରପା ମଠ ମହନ୍ତଙ୍କର ଏକ ସେବା ରହିଥିବାରୁ ସେ ପୁରୀ ଯାଇ ସେବାକାର୍ଯ୍ୟ ସାରି ଏଠାକୁ ଫେରନ୍ତି ଏବଂ ସନ୍ଧ୍ୟା ସମୟରେ ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରି ତିନି ରଥ ଉପରକୁ ଆଣନ୍ତି।ପହଣ୍ଡି କାର୍ଯ୍ୟ ଶେଷ ହେବା ବେଳକୁ ରାତିହୋଇଯାଇ ଥିବାରୁ ପରଦିନ ରଥଯାତ୍ରା ପାଳନ କରାଯାଏ।ପ୍ରତିବର୍ଷ ଭଳି ଚଳିତ ବର୍ଷ ପହଣ୍ଡି ଶେଷ ହେବା ପରେ କଟରପା ମଠର ପିଠାଧିଶ ମହନ୍ତ ନୟନାଭିରାମ ବିଭୂତିଭୂଷଣ ଭାନୁପ୍ରକାଶ ତିନିରଥ ଉପରେ ଛେରା ପହଁରା କରିଥିଲେ।ଏହା ପରେ ରଥଟଣା ଆରମ୍ଭ ହୋଇଥିଲା।ଘଣ୍ଟ ଘଣ୍ଟା ଖୋଳ ପାରମ୍ପାରିକ ବାଦ୍ୟ,ନୃତ୍ୟ ସହ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।ରଥଟାଣିବା ଓ ରଥଯାତ୍ରା ଦେଖିବା ପାଇଁ ହଜାର ହଜାର ଲୋକ ମାନେ ଏଠାରେ ଏକତ୍ରିତ ହୋଇଥିଲେ।ବହୁ ଆନନ୍ଦ ଉଲ୍ଲାସର ସହିତ ଲୋକ ମାନେ ରଥଟାଣି ଥିଲେ।ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବାପରେ ପରଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରି ଜନ୍ମବେଦୀ ଆଡ଼ପ ମଣ୍ଡପକୁ ବିଜେ କରାଯାଇଥିଲା।

Leave A Reply