Odisha news

ଚାରିମାସ ହେବ ପିଇବା ପାଣି ପାଇବାରୁ ବଞ୍ଚିତ।ସରକାରଙ୍କ ବସୁଧା ଯୋଜନା ଫେଲ

0
ସାଲେପୁର,୧୦/୭:-ସରକାର ବସୁଧା ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରି ପଚାଶ ହଜାର ଲିଟର କ୍ଷମତା ସମ୍ପର୍ଣ୍ଣ ପାଣିଟାଙ୍କି ନିର୍ମାଣ କରି ମାଟି ତଳେ ପାଇପ ଲାଇନ ପକାଇ ପ୍ରତ୍ୟେକ ଘରକୁ ସଂଯୋଗ କରି ପ୍ରତ୍ୟେକ ଘରକୁ ଶୁଦ୍ଧ ପିଇବା ପାଣି ପହଂଚାଇବା ଲକ୍ଷ୍ୟରେ କାର୍ଯ୍ୟ କରୁଥିଲେ ମଧ୍ୟ ଏଥିରୁ ସାଧାରଣ ଲୋକ ମାନେ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି।ଏହା କୌଣସି ଦୁର୍ଗମ ଅଞ୍ଚଳ କଥା ନୁହେଁ ଏହା ହେଉଛି ସାଲେପୁର ବ୍ଲକ ରାଇସୁଙ୍ଗୁଡା ପଞ୍ଚାଯତର ରାଇସୁଙ୍ଗୁଡା ଗ୍ରାମର ୱାର୍ଡ ନଂ୪ ର କଥା।ଏହି ଚାରି ନଂ ୱାର୍ଡ ବଙ୍ଗାଳୀ ସାହିରେ ୩ଶହରୁ ଉର୍ଦ୍ଧ୍ବ ଲୋକ ମାନେ ବସବାସ କରନ୍ତି।ଏହି ଗ୍ରାମକୁ ମଧ୍ୟ ପାଇପ ସଂଯୋଗ ହୋଇ ପାଣି ଆସୁଥିଲା କିନ୍ତୁ ଆଜକୁ ପ୍ରାୟ ଚାରି ମାସ ହେବ ଏହି ବଙ୍ଗାଳି ସାହିକୁ ପାଣି ଆସୁନାହିଁ।ଲୋକମାନେ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି।ବର୍ତ୍ତମାନ ଯେଉଁଭଳି ଜଣ୍ଡିସ ରୋଗ ଚାରିଆଡେ ମାଡୁଛି ଏଠାରେ ପିଲା ଠାରୁ ବୃଦ୍ଧ ବୃଦ୍ଧା ଲୋକମାନେ ବାହାର ପାଣି ପିଇବା ଦ୍ୱାରା ଏହି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି।ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଉଚ୍ଚ ଅଧିକାରୀ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।ଅପର ପକ୍ଷରେ ଆର ଡବ୍ଲ୍ୟୁ ଏସ ଏସ ସାଲେପୁରର ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଲେ ସାଲେପୁର ଛତିଆ ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ ହେଉଥିବା ବେଳେ ମାଟି ତଳେ ପଡିଥିବା ପାଇପ ଫାଟିଯାଇଥିବାରୁ ସମ୍ପୃକ୍ତ ଅଞ୍ଚଳକୁ ପାଣି ଯାଇପାରୁ ନାହିଁ

Leave A Reply