ସାଲେପୁର : ସାଲେପୁର ଶିଶୁଆ ସ୍ଥିତ ବିଜୁ ଜନତା ଦଳର କାର୍ଯ୍ୟାଳୟରେ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ନବୀନ ପଟ୍ଟନାୟକଙ୍କ ବିକାସମୁଖୀ କାର୍ଯ୍ୟ ଓ ସାଲେପୁର ବିଧାୟକଙ୍କ ଦୃଢ଼ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଭିନ୍ନ ପଞ୍ଚାୟତର ଅନ୍ୟ ଦଳର କର୍ମୀ ମାନେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।ଶିଶୁଆ ବିଜେଡି କାର୍ଯ୍ୟାଳୟରେ ସାଲେପୁର ବିଜେଡି ବିଧାୟକ ପ୍ରାର୍ଥୀ ତଥା ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ଉପସ୍ଥିତିରେ ପର୍ଯ୍ୟବେକ୍ଷକ ବିଭୁତିଭୂଷଣ ଦାଶଙ୍କ ନେତୃତ୍ୱରେ ବାରିଗୋଳ ପଞ୍ଚାୟତର ପଚାଶରୁ ଉର୍ଦ୍ଧ୍ବ କର୍ମୀ ବିଜେପି ଓ କଂଗ୍ରେସ ଦଳର ପରିତ୍ୟାଗ କରି ବିଜେଡିରେ ଯୋଗ ଦେଇଥିଲେ।ସେହିପରି ନାନ୍ଦୋଳ ପଞ୍ଚାୟତର ସରପଞ୍ଚ ଜ୍ଞାନରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଯୁବନେତା ତଥା ନାନ୍ଦୋଳ ପ୍ରାକ୍ତନ ସରପଞ୍ଚ ପ୍ରଭାକର ଦାଶଙ୍କ ଉପସ୍ଥିତିରେ ବିଜେପି ଓ କଂଗ୍ରେସ ଦଳର ତିରିଶରୁ ଉର୍ଦ୍ଧ୍ବ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।ନୂତନ ଭାବେ ଯୋଗ ଦେଇଥିବା ସମସ୍ତ ସଦସ୍ୟ ମାନଙ୍କୁ ବିଧାୟକ ଶ୍ରୀ ବେହେରା ଦଳିଅ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।ଏହି ମିଶ୍ରଣପର୍ବରେ କାହ୍ନୁ ଚରଣ ବେହେରା, ରାକେଶ ବେହେରା, ଦେବେନ୍ଦ୍ର ବେହେରା, ସନ୍ତୋଷ ସେଠୀ, ଉମେଶ ଚନ୍ଦ୍ର ବେହେରା, ମିର୍ଜା ଜାବିର ବାଗ, ବାଦସାହ ଖାନ, କୃଷ୍ଣଚନ୍ଦ୍ର ନାଥ, ବିଶ୍ଵଜିତ ନାଥ, ବଳିଆ ସେଠୀ, ଦିପୁନ ସେଠୀ, ପ୍ରକାଶ ବେହେରା, ଗୋପବନ୍ଧୁ ବେହେରା, ସୁଧାଂଶୁ ବେହେରାଙ୍କ ସହିତ ବହୁତ କର୍ମୀ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଯୁବ ବିଜେଡି ସଭାପତି ସଞ୍ଜିତ ଦାଶ, ଛାତ୍ର ବିଜେଡି ସଭାପତି ଶୁଭମ ଦାଶ, କଟକ ଜିଲ୍ଲା ବିଜେଡି ସଧାରଣ ସମ୍ପାଦକ ବିରଞ୍ଚି ନାରାୟନ କର ଉପସ୍ଥିତ ରହି ଏତେ ସଂଖ୍ୟକ ଅନ୍ୟ ଦଳ ପରିତ୍ୟାଗ କରି ବିଜେଡିରେ ନୁତନ ଭାବେ ଯୋଗ ଦେଇଥିବାରୁ ଦଳର ସଙ୍ଗଠନ ଅଧିକ ମଜବୁତ ହେବ ବୋଲି ପ୍ରକାଶ କରିଥିଲେ। (ଫଟ ଅଛି)
