ଆଜି ସାଲେପୁର ବି.କେ.ମଣ୍ଡପ ପରିସରରେ ବିଧାୟକ ତଥା ସାଲେପୁର ବିଜୁ ଜନତା ଦଳର ପାର୍ଥୀ ପ୍ରଶାନ୍ତ ବେହେରାଙ୍କ ତତ୍ୱାବଧାନରେ ଏକ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ୨୦ ତାରିଖରେ ସାଲେପୁର ଠାରେ ୫ଟି ଅଧକ୍ଷ ଭି.କେ.ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ପରିପେକ୍ଷୀରେ ପୂର୍ବ ପ୍ରସ୍ତୁତି ଓ ବିଧାୟକଙ୍କ ପଞ୍ଚାୟତ ଗସ୍ତ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା l ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ବିଧାୟକ ଓ ସାଂସଦଙ୍କର ବିଜୟର ଭୋଟ ବ୍ୟବଧାନ ୨୦୨୪ ନିର୍ବାଚନରେ ଅଧିକରୁ ଅଧିକ ହେବାଲାଗି ଉପସ୍ଥିତ ନେତୃ ମଣ୍ଡଳୀ ଆହ୍ୱାନ ଦେଇଥିଲେ l ଯୁବ, ଛାତ୍ର ଓ ମହିଳା ମାନେ ଏହି ନିର୍ବାଚନକୁ ଗୁରୁତ୍ୱର ସହ ବହନ କରି ଘରକୁ ଘର ବୁଲି ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନହିତକର ଯୋଜନାକୁ ଅବଗତ କରାଇବା ଓ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଆଗାମୀ ଯୋଜନା ସମ୍ପର୍କରେ ବୁଝାଇବାକୁ ବିଧାୟକ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ବ୍ଲକ ଅଧକ୍ଷ ରାମଚନ୍ଦ୍ର ଭୋଇ, ଆତ୍ମା ସଭାପତି ଦିଲ୍ଲୀପ ଦାଶ,ବ୍ଲକ ବିଜେଡି ସଭାପତି ଅନନ୍ତ ପ୍ରଧାନ, କାର୍ଯ୍ୟକାରୀ ସଭାପତି ନାରାୟଣ ପତି,ବରିଷ୍ଠ ବିଜେଡି ନେତା ରମେଶ ଜେନା, ଚିତ୍ତରଞ୍ଜନ ମହାନ୍ତି,ମହିଳା ବିଜେଡି ସଭାନେତ୍ରୀ ରାଜଶ୍ରୀ ଜେନା, ଜିଲ୍ଲାପରିଷଦ ସଭ୍ୟା ନମିତା ସେଠୀ, ରଞ୍ଜିତା ସେଠୀ, ଜିଲ୍ଲା ଯୁବବିଜେଡି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ କର,ବ୍ଲକ ଯୁବ ବିଜେଡି ସଭାପତି ସଞ୍ଜିତ ଦାଶ, ଛାତ୍ର ସଭାପତି ଶୁଭମ ଦାଶ,ସରପଞ୍ଚ ଜ୍ଞାନରଞ୍ଜନ ପଟ୍ଟନାୟକ, ସଞ୍ଜୟ ବେହୁରା, ପବିତ୍ର ସାମଲ, ରଶ୍ମିତା ଦାସ, ସୁଧାଂଶୁଵାଲା ମହାନ୍ତି, ନାରୀନେତ୍ରୀ ଦେବକୀ ଜେନା, ଯୁବନେତା ସମ୍ରାଟ ଲେଙ୍କା,ରାଜେଶ ମହାନ୍ତି, ଗୁଲରେଜ ଅଲ୍ଲୀ,ସମିମ ଅକ୍ଟର ମିତୁ ମଲ୍ଲ ପ୍ରମୁଖଙ୍କ ସମେତ ବହୁ ପଞ୍ଚାୟତ ଜନ ପ୍ରତିନିଧି, ଯୁବ, ଛାତ୍ର ଓ ମହିଳା ନେତୃମଣ୍ଡଳି ଉପସ୍ଥିତ ଥିଲେ
