ସାଲେପୁର :-ଆଜି ପବିତ୍ର ଗ୍ରହରାଜ ଶନି ଦେବଙ୍କ ଜଳାଭିଶେକ ଦିବସରେ ନିଜର ମନସ୍କାମନା ପୂରଣକରିବା ନିମନ୍ତେ ବିଭିନ୍ନ ଶନି ମନ୍ଦିରରେ ପାଣି ଢାଳିଛନ୍ତି ସହସହ ଶ୍ରଦ୍ଧାଳୁ।ବୈଶାଖ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗ୍ରହରାଜ ଶନି ଦେବଙ୍କ ଉପରେ ପାଣି ଢାଳିଲେ ପ୍ରଭୁ ଶନି ଦେବ ଖୁସି ହୋଇ ଭକ୍ତଙ୍କ ଗ୍ରହ ରିଷ୍ଟ ଖଣ୍ଡନ କରିବା ସହିତ ସବୁ ମନସ୍କାମନା ପୂରଣ କରନ୍ତି ବୋଲି କାହିଁ କେଉଁ କାଳରୁ ପରମ୍ପରା ରହିଅଛି।ଏହି ଦିବସ ଅବସରରେ ସାଲେପୁର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ପ୍ରଭୁ ଶନି ଦେବଙ୍କ ମନ୍ଦିର ରେ ଭକ୍ତ ମାନେ ସକାଳୁ ମାଟି କଳସୀରେ ନିକଟସ୍ଥ ନଦୀ, ପୋଖରୀରୁ ପାଣି ଆଣି ପ୍ରଭୁ ଶନି ଦେବଙ୍କ ମୁଣ୍ଡରେ ଢାଳି ନିଜର ଗ୍ରହରିଷ୍ଟ ଖଣ୍ଡନ କରିବା ସହିତ ମନସ୍କାମନା ପୂର୍ଣ୍ଣ କରିଥିଲେ।ବିଶେଶ୍ୱର ଠାରେ ଥିବା ଶନି ମନ୍ଦିର, କଳାଗ୍ନି ଠାର ଥିବା ଶନି ମନ୍ଦିର, ସାଲେପୁର ବଜାରର, ରାଇସୁଙ୍ଗୁଡ଼ା,ମହଣ ଆଦି ସ୍ଥାନରେ ଥିବା ବିଭିନ୍ନ ଶନି ଦେବଙ୍କ ମନ୍ଦିର ରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।(ଫଟ ଅଛି)
