Odisha news

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ବିଜେପି ସାଂସଦ ପାର୍ଥି ବୈଜନ୍ତ ପଣ୍ଡାଙ୍କ ଉପସ୍ତିତିରେ ସାଲେପୁର ବିଜେପିର କାର୍ଯ୍ୟକର୍ତା ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ।

0
ସାଲେପୁର(୧୦-୫):-ନିର୍ବାଚନ ଯେତେ ପାଖେଇ ଆସୁଛି ସାଲେପୁରରେ ବିଜେପିର ଶକ୍ତି ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେପି ଦଳର କାର୍ଯ୍ୟକର୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ସାଲେପୁର ବିକେ ମଣ୍ଡପରେ ଚନ୍ଦ୍ରାଦେଇପୁର ମଣ୍ଡଳର ସଭାପତି ବିକ୍ରମ କେଶରୀ ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ବିଜେପି ସାଂସଦ ପାର୍ଥି ବୈଜନ୍ତ ପଣ୍ଡା ଯୋଗଦେଇ ଓଡ଼ିଶାରେ ଏଥର ବଡ ପରିବର୍ତ୍ତନର ବାତାବରଣ ବହୁଛି ଦୁଇଥର ପଦ୍ମ ଦୁଇ ଗୁଣ ବିକାଶର ବାର୍ତ୍ତା କହି ଉପସ୍ଥିତ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ। ବିଶିଷ୍ଠ ଅତିଥିଭାବେ ସାଲେପୁର ନିର୍ବାଚନ ମଣ୍ଡଳିର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାଏ ଯୋଗଦେଇ ୨୫ ବର୍ଷରେ ଯାହା ଓଡିଶା ଦେଖି ନଥିଲା ଯାହା ଘଟିନଥିଲା ତାହା ଜୁନ ୪ ରେ ଓଡିଶା ବାସୀ ଦେଖିବେ କହି କର୍ମୀ ମାନଙ୍କ ମନରେ ଜୋସ ଭରିଥିଲେ।ଏହି କର୍ମୀସମ୍ମିଳନୀ ରେ କଟକ ଜିଲ୍ଲା ବିଜେପି ସଭାପତି ରାମନାରାୟଣ ମହାନ୍ତି ବରିଷ୍ଠ ବିଜେପି ନେତା କୁଞ୍ଜ ମୋହନ ସେଠୀ,ପୂର୍ବତନ କଟକ ଜିଲ୍ଲା ସଭାପତି ଚୌଧୁରୀ ହେମନ୍ତ ସାହୁ, ଯୁବନେତା ରଶ୍ମିରଞ୍ଜନ ଲେଙ୍କା ଅତିଥିଭାବେ ଯୋଗଦେଇ ଥିଲେ। ଏହି ଅବସରରେ ବିଜେଡି ଦଳ ଛାଡି ସାଲେପୁର ଅଞ୍ଚଳର ଯୁବ ନେତା ତଥା ଲୋକସେବା ଫାଉଣ୍ଡେସନର ଅଧ୍ୟକ୍ଷ ହିମାଂଶୁ ମହାନ୍ତି,ପୂର୍ବତନ ସରପଞ୍ଚ ଧ୍ରୁବ ଚରଣ ମହାନ୍ତି, ବିଶ୍ଵଜିତ ଷଡ଼ଙ୍ଗୀ, ପ୍ରସନ ମିଶ୍ର ଓ ଶ୍ରୀ ମହାନ୍ତିଙ୍କ ଶତାଧିକ ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହୋଇଥିଲେ।ନୂତନ ଭାବେ ସାମିଲ ହୋଇଥିବା ଶ୍ରୀ ମହାନ୍ତି ଓ ସମସ୍ତ କର୍ମୀ ମାନଙ୍କୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦଳିଅ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ।
Ad2
Leave A Reply