ସାଲେପୁର(୮-୫):-ସାଲେପୁର ରେ ଆଜି କାଳବୈଶାଖୀ ତାଣ୍ଡବରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି।ଆଜି ଅପରାହ୍ନ୫ ଟା ସମୟରେ ହଟାତ ପ୍ରବଳ ବେଗରେ ପବନ ସାଙ୍ଗକୁ ଘଡଘଡି ସହ ବର୍ଷା ମାଡି ଆସିଥିଲା।ଏହାର ପ୍ରଭାବରେ ଅରବିନ୍ଦ ରୋଡ଼ରେ ଭଡାରେ ରହୁଥିବା ମାରଡ଼ା ଗ୍ରାମର ମନୀନ୍ଦ୍ର ସାହୁଙ୍କ ପତ୍ନୀ ମମତା ସାହୁ ୪୩ଙ୍କ ଉପରେ ଏକ ନଡ଼ିଆ ଗଛ ପଡି ଯାଇଥିଲା।ଏହା ଦେଖି ପରିବାର ଲୋକେ ତୁରନ୍ତ ତାଙ୍କୁ ସାଲେପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ ।ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ ଡାକ୍ତରଖାନା କୁ ପଠାଇ ଥିବା ଜଣାଯାଇଛି
