ସାଲେପୁର(୬/୫): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସାଲେପୁର ଅଞ୍ଚଳରେ ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ହେଉଛି।ଫଳରେ ବିଭିନ୍ନ ଦଳର ପ୍ରାର୍ଥୀ ମାନେ ଏବେ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଭିନ୍ନ ଭିନ୍ନ ରଣ କୌଶଳ ଆରମ୍ଭ କରିଦେଇଛନ୍ତି।ଏହି ଅବସରରେ ସାଲେପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ସମାଜସେବୀ ଇଞ୍ଜିନିୟର ଆକ୍ୟୁବ ଖାନ ବିଭିନ୍ନ ପଞ୍ଚାୟତରେ ମିଶ୍ରଣ ପର୍ବ ସହିତ ଘର ଘର ବୁଲି ପ୍ରଚାର କାର୍ଯ୍ୟ କରୁଛନ୍ତି।ଇଞ୍ଜିନିୟର ଖାନ ଆଜି ସାଲେପୁର ବ୍ଲକ ଅଧୀନ ଭୀମଦାସପୁର,ଓଡାସିଂ ଓ କଟରପା ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ କଂଗ୍ରେସ ଦଳର ଗ୍ୟାରେଣ୍ଟି ସମ୍ପର୍କରେ ଅବଗତ କରାଇବା ସହିତ ତାଙ୍କୁ ହାତ ଚିହ୍ନ ରେ ଭୋଟ ଦେବାକୁ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସାଲେପୁର ବ୍ଲକ କଂଗ୍ରେସ କମିଟି ସଭାପତି ବେଣୁଧର ପ୍ରଧାନ,ପ୍ରାକ୍ତନ ବ୍ଲକ କଂଗେସ କମିଟି ସଭାପତି ଅଜିତ ପଣ୍ଡା,ପ୍ରାକ୍ତନ ସମିତି ସଭ୍ୟ ସୟଦ ସଫିଉଲ୍ଲ ଆଲାମ,ଯୁବ କଂଗ୍ରେସ ସଭାପତି ବିସ୍ମୟ ରଞ୍ଜନ ଭୂୟାଁଙ୍କ ସମେତ ବିଭିନ୍ନ ପଞ୍ଚାୟତର କଂଗ୍ରେସ କର୍ମକର୍ତ୍ତା,କର୍ମୀ ମାନେ ଯୋଗ ଦେଇଥିଲେ
