Odisha news

ଅଜଣା ଗାଡି ଧକ୍କାରେ ଜଣେ ମୃତ ଅନ୍ୟଜଣେ ଗୁରୁତର

0
ସାଲେପୁର : ଆଜି କଟକ ସାଲେପୁର ରାସ୍ତାର ନାନ୍ଦୋଳ ବଜାର ଠାରେ ଏକ ଅଜଣା ଅଟୋ ଧକ୍କାରେ ଜଣେ ମୃତ ଓ ଅନ୍ୟଜଣେ ଗୁରୁତର।ଘଟଣାରୁ ପ୍ରକାଶ ଆଜି ମଧାର୍ଣ୍ଣରେ ସାଲେପୁରରୁ କାର୍ଯ୍ୟସାରି  ରାମେଶ୍ୱର ସନ୍ୟାସୀ ପାଟଣା ଗ୍ରାମର କଳ୍ପତରୁ ମହାନ୍ତି ଓ ଚନ୍ଦ୍ରଶେଖର ମହାନ୍ତି ନିଜ ମଟରସାଇକେଲ ନଂ ଓଡି ୦୫ ଏ ଯେ ୭୯୯୨ ଯୋଗେ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ନାନ୍ଦୋଳ ଗଡ଼ା ବଜାର ନିକଟରେ ସମ୍ମୁଖ ଆଡୁ ଆସୁଥିବା ଏକ ଆଜଣା ଅଟୋ ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା।ଘଟଣା  ସ୍ଥଳରେ ବାଇକରେ ଥିବା ଦୁଇ ଜଣ ଗୁରୁତର ଆହତ ଅବସ୍ଥାରେ ପଡ଼ିଥିଲେ।ଦୁର୍ଘଟଣା ଘଟାଇଥିବା ଅଟୋ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।ସ୍ଥାନୀୟ ଲୋକମାନେ ଗୁରୁତର ଆହତ ହୋଇଥିବା ଦୁଇ ଜଣଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ। ଡାକ୍ତର ସେଠାରେ କଳ୍ପତରୁ ମହାନ୍ତିକୁ ମୃତ ଘୋଷଣା କରିଥିବା ବେଳେ ଚନ୍ଦ୍ରଶେଖର ମହାନ୍ତିଙ୍କ ଆଵସ୍ଥା ଗୁରୁତର ହେବାରୁ କଟକ ବଡ ମେଡ଼ିକାଲକୁ ପଠାଇ ଥିବା ଜଣାପଡିଛି।ସାଲେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକକୁ ଜବତ କରିବା ସହିତ ଦୁର୍ଘଟଣା ଘଟାଇଥିବା ଅଟୋକୁ ଧରିବା ପାଇଁ ଅନୁସନ୍ଧାନ ଚଳାଇଛନ୍ତି।
Ad2
Leave A Reply