ସାଲେପୁର : ସାଲେପୁର ବ୍ଲକ୍ର ବାଲିସାହି ପଞ୍ଚାୟତ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଆଜି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହି ଯୁବକଙ୍କ ବୟସ ୨୦ବର୍ଷରୁ ଉଦ୍ଧ୍ୱର୍ ହେବ ।
ସେ ୭ଦିନ ତଳେ ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଆସି ସାଲେପୁର ବ୍ଲକ୍ର ବାଲିସାହି ପଞ୍ଚାୟତର କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ।
ତାଙ୍କୁ ଥଣ୍ଡା କାଶ ହେବାରୁ ତାଙ୍କର ସ୍ୱାବ୍ ପରୀକ୍ଷା ନିମନ୍ତେ ଯାଇଥିବାବେଳେ ଆଜି ତାଙ୍କର ପଜିଟିଭ୍ ବାହାରି ଥିବା ଜଣାଯାଇଛି । ସଂପୃକ୍ତ ଯୁବକଙ୍କ ଘର ମାଳ ପଞ୍ଚାୟତରେ ବୋଲି ଜଣାଯାଇଛି । ସେ ଦୀର୍ଘ ବର୍ଷ ଧରି ବିଜୟୱାଡାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରିଆସୁଥିଲେ ।