Odisha news

ଜପକୁଦ ବଜାର ସମେତ କଟରପା ପଞ୍ଚାୟତର ୫ଟି ୱାର୍ଡକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କଲେ ସରପଞ୍ଚ

0

ସାଲେପୁର, ତା.୧ା୧୦ : କଟରପା ପଞ୍ଚାୟତରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବା ସହ ଜପକୁଦ ବଜାରରେ ବ୍ୟବସାୟ କରୁଥିବା ୩ଜଣ ବ୍ୟବସାୟୀଙ୍କ ପଜିଟିଭ୍ ଚିହ୍ନଟ ହେବାପରେ ସରପଞ୍ଚ ଏହି ପଞ୍ଚାୟତର ୫ଟି ୱାର୍ଡକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରିବାପାଇଁ ଜିଲ୍ଲାପାଳଙ୍କ ଠାରେ ଲିଖିତ ଭାବେ ଜଣାଇଛନ୍ତି । ଆଜି ରାତି ୧୦ଟାରୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା ସଂପର୍କରେ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଇଥିବା ଜଣାଯାଇଛି । ସାଲେପୁର ବ୍ଲକ୍ ଅନ୍ତର୍ଗତ କଟରପା ପଞ୍ଚାୟତରେ ଗତ ମାସ ୨୦ରୁ ୩୦ତାରିଖ ମଧ୍ୟରେ ମାତ୍ରାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏହି ଅଞ୍ଚଳରେ କରୋନା ସଂକ୍ରମଣ ଆଶଙ୍କା କରି ସରପଞ୍ଚ ତିଳୋତ୍ତମା ପତି ୧ତାରିଖ ରାତି ୧୦ଘଟିକାରୁ ୪ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ୭୨ଘଣ୍ଟାପାଇଁ ଜପକୁଦ ବଜାର ସମେତ ୪,୭,୮,୧୩ ଓ ୧୪ନମ୍ବର ୱାର୍ଡକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରିଛନ୍ତି । ଏହାନେଇ ସରପଞ୍ଚ ଶ୍ରୀମତୀ ପତି କଟକ ଜିଲ୍ଲାପାଳ, ସାଲେପୁର ତହସିଲଦାର, ସାଲେପୁର ବିଡ଼ିଓ, ସାଲେପୁର ଆଇ.ଆଇ.ସି., ଅଗ୍ନିଶମ ଅଧିକାରୀ, ଜପକୁଦ ଷ୍ଟେଟ୍ ବ୍ୟାଙ୍କ୍ ମ୍ୟାନେଜର, ଜପକୁଦ ଫାଣ୍ଡି ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ୭୨ଘଣ୍ଟା ପାଇଁ ଏହି କଣ୍ଟେନ୍ମେଣ୍ଟ୍ ଜୋନ୍ରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ବନ୍ଦ ରଖିବାପାଇଁ ସେ ପ୍ରଶାସନକୁ ନିବେଦନ କରିଛନ୍ତି ।

Nalco
Leave A Reply