Odisha news

ଉଜ୍ଜ୍ୱଳ ଆଲୋକୀକରଣର ଶୁଭ ଉଦ୍ଘାଟନ କଲେ ବିଧାୟକ

0

ସାଲେପୁର, ୨୦ ।୯-ସାଲେପୁର ବ୍ଲକ୍ ଅନ୍ତର୍ଗତ ବହୁଗ୍ରାମ ପଞ୍ଚାୟତ ସିଂଙ୍ଗମାପୁର ଗ୍ରାମର ମା’ବାସନ୍ତୀ ପୂଜା ମଣ୍ଡପସ୍ଥଳରେ ବିଧାୟକଙ୍କ ହାତପାଣ୍ଠିରୁ ନୂତନ ଭାବେ ନିର୍ମିତ ହୋଇଥିବା ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥା ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆତ୍ମାର ସଭାପତି ଦିଲ୍ଲୀପ ଦାଶ, ବିଜେଡି ସାଧାରଣ ସଂପାଦକ ବିଶ୍ୱଜିତ୍ ଚାଟାର୍ଜୀ, ପଞ୍ଚାୟତ ବିଜେଡି ସଭାପତି ବିଜୟ କୁମାର ରାୟ, ଯୁବନେତା ସୁଜ୍ଞାନ କିଶୋର ସାହୁ ପ୍ରମୁଖ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ମା’ ବାସନ୍ତୀ ପୂଜା କମିଟିର ସଭାପତି ପ୍ରମୋଦ କୁମାର ସିହ୍ନା, ସନ୍ତୋଷ କୁମାର ଦତ୍ତଙ୍କ ସହ କମିଟିର ଅନ୍ୟ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରାରମ୍ଭରେ ବିଧାୟକ ଶ୍ରୀ ବେହେରାଙ୍କୁ ଦଳୀୟ କର୍ମୀମାନେ ପାଛୋଟିଆଣି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ

Nalco
Leave A Reply