Odisha news

ସତ୍ୟବାଦୀ ଥାନା ଅନ୍ତର୍ଗତ କାଦୁଆ ପେଟ୍ରୋଲ ପମ୍ପରେ ଗତକାଲି ରାତିରେ ଡକାୟତି ଯୋଜନା କରୁଥିବା ୫ ଜଣ ଡକାୟତଙ୍କୁ ସତ୍ୟବାଦୀ ପୋଲିସ ଗିରଫ

0

ସାକ୍ଷୀଗୋପାଳ :  ସତ୍ୟବାଦୀ ଥାନା ଅନ୍ତର୍ଗତ କାଦୁଆ ପେଟ୍ରୋଲ ପମ୍ପରେ ଗତକାଲି ରାତିରେ ଡକାୟତି ଯୋଜନା  କରୁଥିବା ୫ ଜଣ ଡକାୟତଙ୍କୁ ସତ୍ୟବାଦୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି.

ଗତକାଲି ରାତି ୯ ଟା ସମୟରେ ସତ୍ୟବାଦୀ ଥାନା ସବ ଇନିସ୍ପେକ୍ଟର ଶୁଭ ଦର୍ଶିନୀ ନନ୍ଦ ପେଟ୍ରୋଲିଙ୍ଗ କରୁଥିବା ସମୟରେ କାଦୁଆ ପେଟ୍ରୋଲ ପମ୍ପ ନିକଟରେ ସତ୍ୟବାଦୀ ତହସିଲ ସନ୍ନିକଟ ତଳପାଟଣା ମଶାଣି ନିକଟରେ ୫ /୬ ଜଣ ଅସାମାଜିକ ବ୍ୟକ୍ତି ଥିବାର ଖବର ପାଇ ଚଢ଼ାଉ କରିଥିଲେ. ଦୁର୍ବୃତ୍ତ ମାନେ ପୋଲିସକୁ ଦେଖି ବୋମା ମାଡ଼ କରି ଖସି ଯିବା ନିମନ୍ତେ ଉଦ୍ୟମ କରିଥିଲେ. ମାତ୍ର ପୋଲିସ ସେମାନଙ୍କୁ କାବୁ କରିନେଇଥିଲେ.
ଅପରାଧୀ ମାନେ ହେଲେ ଶେଖ ଫକୀର, ନରେନ୍ଦ୍ର କୋଣ, କୁମ୍ଭାରପଡା, ଭବାନୀ ଶଙ୍କର ଦାସ, ନରେନ୍ଦ୍ର କୋଣ,, କୁମ୍ଭାରପଡା, ଶିବ ଦାସ, ସୁଦର୍ଶନ ନଗର, କୁମ୍ଭାରପଡ଼ା, ବିଷ୍ଣୁ ସାହୁ, ଚୁଡ଼ଙ୍ଗ ସାହି, ଟାଉନ ଥାନା ଓ ସୁବ୍ରତ ଗୋଛାୟତ, ଭୁଆଁ, ରାମଚଣ୍ଡୀ ଥାନା. ସମସ୍ତ ଅପରାଧୀ ପୁରୀ ଜିଲ୍ଲାର.
ସେମାନଙ୍କ ନିକଟରୁ ପିସ୍ତଲ, ଖଣ୍ଡା, ହଂସୁଆ ଓ ବୋମା ଆଦି ମାରଣାସ୍ତ୍ର ଜବତ ଜବତ କରାଯାଇଛି.
ସତ୍ୟବାଦୀ ଥାନାରେ 288  ନମ୍ବରରେ ଦଫା 399, 402, 307 25ଧାରା ଆର୍ମସ ଆକ୍ଟ 7  ଓ  4   e s ଆକ୍ଟ ରେ ମୋକଦ୍ଦମା ରୁଜୁ କରାଯାଇ ଅପରାଧୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା. କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ପୁରୀ ଜେଲକୁ ପଠାଇ ଦିଆଯାଇଛି.
Leave A Reply