Odisha news

ସିରିଜ ଦୁର୍ଘଟଣା : ୨ ଟି ବାଇକକୁ ଧକ୍କା ଦେଲା କାର , ୩ ଆହତ

0
ସାକ୍ଷୀଗୋପାଳ :  ସତ୍ୟବାଦୀ ଥାନା ଅନ୍ତର୍ଗତ ସାକ୍ଷୀଗୋପାଳ ଅଳଗୁମ ରାସ୍ତାର  ବନ ପୁର ଛକ ନିକଟରେ ଆଜି ଅପରାହ୍ନ ପ୍ରାୟ 4 ଟା ସମୟରେ ଏକ ଦୁର୍ଘଟଣା ଘଟିଥିଲା l ଏହି ଦୁର୍ଘଟଣାରେ ୨ ଗୋଟି ବାଇକ କ୍ଷତିଗ୍ରସ୍ତ ହୋଇଅଛି l ୩ ଜଣ ଗୁରୁତର ଆହତ ହୋଇଛନ୍ତି l
ସାକ୍ଷୀଗୋପାଳରୁ ଅଳଗୁମ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା OD  33 E 2957 ନମ୍ବର କାରଟି ସାକ୍ଷୀଗୋପାଳ ଅଭିମୁଖେ ଆସୁଥିବା ଦୁଇ ଗୋଟି ବାଇକକୁ ପର୍ଯ୍ୟାୟ କ୍ରମେ  ଧକ୍କା ଦେଇଥିଲା l ଏହି ଦୁର୍ଘଟଣାରେ ଏକ  ବାଇକ ଆରୋହୀ  ସ୍ଥାନୀୟ ବାର ଘରିଆ ସାହିର  ଆରୋହୀ ସୁଦର୍ଶନ ପ୍ରଧାନ (40)  ଅନ୍ୟ ବାଇକ ଆରୋହୀ ଦ୍ବୟ ସ୍ଥାନୀୟ ସିଂହାକୁଦା ଗ୍ରାମର  ଗୌରାଙ୍ଗ ପ୍ରଧାନ (32) ଓ ସଂପୂର୍ଣ୍ଣା ପ୍ରଧାନ (5) ରାସ୍ତା ଉପରକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ l ସ୍ଥାନୀୟ ଜନସାଧାରଣ ଆହତ ୩ ଜଣଙ୍କୁ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ଗୁରୁତର ଆହତ ସୁଦର୍ଶନ ପ୍ରଧାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି l ସତ୍ୟବାଦୀ ପୋଲିସ ଦୁର୍ଘଟଣାଗ୍ରସ୍ତ ଯାନ ୩ଟି ଜବତ କରି ଏକ ମୋକଦ୍ଦମା ରୁଜୁ କରିଛନ୍ତି l

Leave A Reply