Odisha news

ଯୌତୁକ ଜନିତ ବଧୂ ହତ୍ୟା ଅଭିଯୋଗ , ଶାଶୁ, ଶ୍ୱଶୁର ଓ ଦିଅର ଗିରଫ

0

ସାକ୍ଷୀଗୋପାଳ : ସତ୍ୟବାଦୀ ଥାନା ଅନ୍ତର୍ଗତ ବୀର ରାମଚନ୍ଦ୍ର ପୁର ଗ୍ରାମରେ  ଜନୈକା ମହିଳାଙ୍କର ମୃତ୍ୟୁ ଘଟିଅଛି l ମୃତା ମହିଳାଙ୍କ ପିତାଙ୍କ ଅଭିଯୋଗକୁ ଭିତ୍ତି କରି ସତ୍ୟବାଦୀ ପୋଲିସ ଏକ ଯୌତୁକ ଜନିତ ବଧୂ ହତ୍ୟା ମାମଲା ରୁଜୁ କରି ମୃତା ମହିଳାଙ୍କ ଶାଶୁ ଶ୍ୱଶୁର ଓ ଦିଅରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ l ଜାମିନ ନା ମଞ୍ଜୁର  ହେବାରୁ ଅଭିଯୁକ୍ତ ମାନଙ୍କୁ ପୁରୀ ଜେଲକୁ ପଠାଇ ଦିଆ ଯାଇଛି l

ସତ୍ୟବାଦୀ ଥାନା ଅନ୍ତର୍ଗତ ତୋଟା ମାଳ ସାହି ଗ୍ରାମର ନମିତା ଭୋଇଙ୍କର ବୀର ରାମଚନ୍ଦ୍ର ପୁର ଗ୍ରାମର ମୁନା ଭୋଇଙ୍କ ସହିତ 3 ବର୍ଷ 6 ମାସ ତଳେ ବୈଦିକ ରୀତିରେ ବିବାହ ହୋଇଥିଲା l ନମିତା ଭୋଇଙ୍କ ସ୍ୱାମି ତାମିଲନାଡୁରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଛନ୍ତି l ଏହି ଦମ୍ପତିଙ୍କର ଏକ ଦୁଇ ବର୍ଷର ଶିଶୁ କନ୍ୟା ରହିଅଛି l
ଗତ 8 ତାରିଖ ରାତିରେ ନମିତାଙ୍କ ଶ୍ୱଶୁର ଘରୁ ନମିତା ଙ୍କ ଦେହ ଖରାପ ଅଛି ବୋଲି ନମିତାଙ୍କ ପିତାଙ୍କ ଘରକୁ ଫୋନ ଯୋଗେ ଜଣାଇଥିଲେ l 9 ତାରିଖ ଭୋର ସମୟରେ ନମିତାଙ୍କ ବାପା ଘର ଲୋକମାନେ ପହଞ୍ଚିଥିଲେ l ନମିତାଙ୍କୁ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l
ମୃତା ନମିତାଙ୍କ ପିତା ନକୁଳ ଭୋଇ ତାଙ୍କ ଝିଅକୁ ଯୌତୁକ ନିର୍ଯାତନା ଦିଆଯାଇ ମାରି ଦିଆ ଯାଇଛି ବୋଲି ସତ୍ୟବାଦୀ ଥାନାରେ ଏତଲା ଦେଇଥିଲେ l ଏତଲାକୁ ଭିତ୍ତି କରି ସତ୍ୟବାଦୀ ପୋଲିସ  ଶବଟିକୁ ଜବତ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବଟିର ପଞ୍ଚନାମା କରି ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଥିଲେ l
ଅଭିଯୋଗକୁ ଭିତ୍ତି କରି 498 A,302,304 B,506, 4 DP ଆକ୍ଟ ଓ 34 ଦଫାରେ ମୋକଦ୍ଦମା ରୁଜୁ କରି ମୃତା ମହିଳାଙ୍କ ଶ୍ୱଶୁର ରବି ଭୋଇ, ଶାଶୁ ସୁବାସି ଭୋଇ ଓ ଦିଅର ଟୁନାଙ୍କୁ ଗିରଫ କରିଥିଲେ l
Nalco
Leave A Reply