Odisha news

ଐତିହ୍ୟ ପ୍ରକଳ୍ପ ଵିକାଶରେ ସାମିଲ ହେବ ସାକ୍ଷୀଗୋପାଳ ମନ୍ଦିର

0
ସାକ୍ଷୀଗୋପାଳ ତା ଶ୍ରୀମନ୍ଦିର ଭଳି ପୁରାତନ ସାକ୍ଷୀଗୋପାଳ ମନ୍ଦିରର ଐତିହ୍ୟ ବିକାଶ କାମ ଖୁବଶୀଘ୍ର ଆରମ୍ଭ ହେବ। ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରି  ଠାରୁ ମନ୍ଦିର ଚତୁର୍ପାଶ୍ୱ  ଉନ୍ନୟନ ସହିତ ଐତିହାସିକ ବକୁଳ ବନ, ପଞ୍ଚସଖା  ସ୍ମୃତି ପାଠାଗାର,ଖେଳପଡିଆ, ଶ୍ରୀ ସିଦ୍ଧବକୁଳ  ପୀଠକୂ ଏହି ବିକଶିତ ପ୍ରକଳ୍ପରେ ଆକର୍ଷଣ କରାଯିବ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଗୁରୁବାର ସାକ୍ଷୀଗୋପାଳ ଠାକୁରଙ୍କ ଦର୍ଶନ କରି ସେବାୟତ  ମାନଙ୍କ ସହ ଆଲୋଚନା କରିଥିଲେ। ପ୍ରସ୍ତୁତ କରା  ଯାଇଥିବା  ପ୍ରକଳ୍ପର ରୁପରେଖ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଉପସ୍ଥିତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ  ନିର୍ଦ୍ଦେଶ ଦେଇଥିଲେ। ପ୍ରକଳ୍ପରେ କ୍ଷତିଗ୍ରସ୍ତ ସେଵାୟତ ପରିବାର ଙ୍କ ଥଇଥାନ ପ୍ରତି ଗୁରୁତ୍ଵ ଦେବାକୁ ଜିଲ୍ଲାପାଳ କହିଥିଲେ।
ଓଡ଼ିଆ ବିଶ୍ବବିଦ୍ୟାଳୟ, ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ଚାଲିଥିବାରୁ ସାକ୍ଷୀଗୋପାଳ ମନ୍ଦିର ଓ ସଂଲଗ୍ନ  ବକୁଳବନ ର ବିକାଶ ଜରୁରୀ ହୋଇଛି।  ଜିଲାପାଳଙ୍କ ସହିତ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ତହସିଲଦାର ଜୟନ୍ତ କୁମାର ଜୟସିଂ, ଡେପୁଟି କଲେକ୍ଟର କ୍ଷୀରୋଦ କୁମାର ବେହେରା, ଓଡ଼ିଶା ସେତୁ ନିର୍ମାଣ ନିଗମ ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢି , ସହକାରୀ ନିର୍ବାହୀଯନ୍ତ୍ରୀ ଗିରିଜା ଶଙ୍କର ନାୟକ, ସେଵାୟତ ସଂଘ ସମ୍ପାଦକ ଵିଜୟ କୁମାର ନନ୍ଦ ଓ କର୍ମ କର୍ତ୍ତା, ବରିଷ୍ଠ  ହେଵାୟତ କିଶୋର ଚନ୍ଦ୍ର ମହାପାତ୍ର, ମନ୍ଦିର ସୁପରଭାଇଜର ବିଶ୍ଵନାଥ ମହାପାତ୍ର ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ। ସେହିପରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡୋରେ ସରକାରଙ୍କ ପକ୍ଷରୁ ଚାଲିଥିବା ଐତିହ୍ୟ ପ୍ରକଳ୍ପ ଅଗ୍ରଗତି ସଂପର୍କରେ ଜିଲାପାଳ ସମୀକ୍ଷା କରିଥିଲେ ।
Nalco
Leave A Reply