Odisha news

ସାକ୍ଷୀଗୋପାଳ : ଚାଷୀ ଉଚ୍ଚ ନ୍ୟାୟାଳୟରେ ପହଁଚିଲେ

0

ସାକ୍ଷୀଗୋପାଳ : ସାକ୍ଷୀଗୋପାଳ ନାମ ପଞ୍ଜିକରଣ କରି ଟୋକନ ପାଇଥିବା ଚାଷୀ ମାନେ ସେବା ସମବାୟ ସମିତିରେ ଧାନ ବିକ୍ରୟ କରିପାରିଲେ ନାହିଁ l  ସେବା ସମବାୟ ସମିତି ତରଫରୁ ଧାନ କ୍ରୟ କରାଗଲା ନାହିଁl  ଏହି ସମସ୍ୟାକୁ ନେଇ ଚାଷୀ ମାନେ ଉଚ୍ଚ ନ୍ୟାୟାଳୟ, କଟକଙ୍କ ଦ୍ୱାରସ୍ଥ ହୋଇଛନ୍ତିl   ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାଇ ଖରିଫ ଋତୁରେ ଧାନ ବିକ୍ରୟ କରିବା ନିମନ୍ତେ ଚାଷୀ ମାନେ ନିଜ ନିଜ ଅଞ୍ଚଳରେ ଥିବା ସେବା ସମବାୟ ସମିତି ଓ ଜନ ସେବା କେନ୍ଦ୍ରରେ ନାମ ପଞ୍ଜିକରଣ କରିଥିଲେl

ଉକ୍ତ ପଞ୍ଜିକରଣ ଅନୁଯାଇ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଧାନ ବିକ୍ରୟ କରିବା ନିମନ୍ତେ ଚାଷୀ ମାନଙ୍କ ମୋବାଇଲକୁ ମେସେଜ( ବାର୍ତ୍ତା )ପଠାଇଥିଲେ l ଏହାର  ନାମ ଟୋକନ l ଟୋକନ ପାଇଥିବା ସମସ୍ତ ଚାଷୀ ପଞ୍ଜିକୃତ ସେବା ସମବାୟ ସମିତିକୁ ଧାନ ବିକ୍ରୟ କରିବା ନିମନ୍ତେ ନେଇ ଯାଇଥିଲେ. କିନ୍ତୁ ସମ୍ପୃକ୍ତ ଧାନ କ୍ରୟ କେନ୍ଦ୍ରରେ ବିଭାଗୀୟ ଅଧିକାରୀ ଓ ମିଲର ମାନଙ୍କ ଅସହଯୋଗ ଯୋଗୁ ଚାଷୀ ମାନେ ଦିନ ଦିନ ଧରି ଖୋଲା ଆକାଶ ତଳେ ଖରା ଓ ବର୍ଷାରେ ଅପେକ୍ଷା କରି ପଡି ରହିଥିଲେ. ବର୍ତ୍ତମାନ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଟୋକନ ପାଇଥିଲେ ମଧ୍ୟ  ଧାନ ବିକ୍ରୟ କରି ପାରି ନାହାନ୍ତି l ଏହି କ୍ଷତିଗ୍ରସ୍ତ ଚାଷୀ ମାନେ ବାରମ୍ବାର ଏହି ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ପୁରୀ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ l

ସତ୍ୟବାଦୀ ବ୍ଲକର  ବୀର ରାମଚନ୍ଦ୍ର ପୁର ସେବା ସମବାୟ ସମିତିର ସଭ୍ୟ,  ଚାଷୀ ଶଙ୍କର ପରିଡା, ଲଷ୍ମୀଧର ଦାସ,, ନବ ନାରାୟଣ ବେହେରା ଓ ଲକ୍ଷ୍ମଣ ସ୍ୱାଇଁ ପ୍ରମୁଖ ମାନ୍ୟବର ଉଚ୍ଚ ନ୍ୟାୟାଳୟ, କଟକଙ୍କ ଇଜିଲାସରେ ଏକ ମାମଲା ମୋକଦ୍ଦମା ନଂ 11790/20  ରୁଜୁ କରିଥିଲେ l
ସେହିପାରି କଣାସ ବ୍ଲକ ଅନ୍ତର୍ଗତ ଗଡ଼ ସାନପୁଟ ପଞ୍ଚାୟତରେ ଥିବା ଅଁଳା ଯୋଡ଼ି ସରକାରୀ ଧାନ ବିକ୍ରୟ କେନ୍ଦ୍ରର ସଭ୍ୟା ଜାନକୀ ସୁବୁଦ୍ଧି, ସଭ୍ୟ ପ୍ରତାପ ସୁବୁଦ୍ଧି, ରଜନୀ କାନ୍ତ ସାହୁ ଓ ବିଶ୍ୱଜିତ ସାହୁ ପ୍ରମୁଖ ସେହିପରି ଆଉ ମାମଲା ନଂ 11788/20    ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଇଜିଲାସରେ ଦାୟର କରିଥିଲେ. ମାନ୍ୟବର ଉଚ୍ଚ ନ୍ୟାୟାଳୟ ମାମଲା ଦ୍ବୟକୁ ବିଚାରକୁ ନେଇ ଗତ ତା 18-5-2020 ରିଖରେ ନ୍ୟାୟାଧୀଶ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ 10 ଦିନ ମଧ୍ୟରେ କ୍ଷତିଗ୍ରସ୍ତ ଚାଷୀ ମାନଙ୍କର ଅଭିଯୋଗକୁ ବିଚାର କରିବା ନିମନ୍ତେ ପୁରୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ମାତ୍ର ଯୋଗାଣ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଗଲା ନାହିଁ l
ଯାହା ଫଳରେ ଉପରୋକ୍ତ ଚାଷୀ ମାନେ ପୁନର୍ବାର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି l ଚାଷୀ ମାନେ   ପୁରୀ ଜିଲ୍ଲା ଯୋଗାଣ ଅଧିକାରୀ ତୁଷାର କାନ୍ତ ଦେଓଙ୍କ ବିରୋଧରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ, କଟକଙ୍କ ଇଜିଲାସରେ ପୃଥକ ପୃଥକ ଭାବେ ଅଦାଲତ ଅବମାନନା ମାମଲା 1865/20   ଓ  1866 /20 ରୁଜୁ କରିଛନ୍ତି l ଏହି ମାମଲା ଏବେ ବିଚାରାଧୀନ ରହିଅଛି ବୋଲି ମାମଲା ପରିଚାଳନା କରୁଥିବା ଆଇନଜୀବୀ ଗୋପୀନାଥ ମିଶ୍ର ପ୍ରକାଶ କରିଛନ୍ତି l
Leave A Reply