Odisha news

ସାଗର ସ୍ନାନ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

0
ସାକ୍ଷୀଗୋପାଳ :  ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବରାଳ ବାଲୁଙ୍କେଶ୍ୱର ଦେବଙ୍କ  ପୀଠ ନିକଟରେ ଆସନ୍ତା ସାଗର ସ୍ନାନ  ନିମନ୍ତେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବୈଠକରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ ସଭାପତିତ୍ୱ କରିଥିଲେ। ଚଳିତ ମାସ ୧୯ ତାରିଖରେ ବାରୁଣୀ ଯୋଗରେ ବଳପୁର ଭାର୍ଗବୀ ନଦୀ ଭୃଗୁଘାଟରେ ବରାଳ ବାଲୁଙ୍କେଶ୍ୱର ଦେବ, ସୁଆଣ୍ଡୋ  ର ଲୋକେଶ୍ୱର ଦେବ ,ବିଦ୍ୟାଧର ପୁର ର କୁଣ୍ଡଳେଶ୍ୱର  ଦେବଙ୍କ ସାଗର ସ୍ନାନ ଯାତ୍ରା ଅନୁଷ୍ଠିତ ହେବା ସହ ୨୦ ତାରିଖରେ ବିଭୁତି ଦଣ୍ଡାରେ ହେବାକୁ ଥିବା ଦେଵନୀତି ଓ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବ ପରେ ହରି ହର ଭେଟ କରାଯାଇ ରାତ୍ର ୯ ଘଟିକା ସମୟରେ ସାଗର ସ୍ନାନ ଯାତ୍ରାକୁ  ଉଦଯାପିତ କରାଯିବ ।
ଏହି ବୈଠକରେ ବଳପୁର ବାଲୁଙ୍କେଶ୍ୱର ଦେବ ମନ୍ଦିର ଟ୍ରଷ୍ଟି ନିରଞ୍ଜନ ମହାପାତ୍ର ,ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ, ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ,ବିଡିଓ ଲୋଚନ ଦାସ ,ତହସିଲଦାର ଜୟନ୍ତ କୁମାର ଜୟସିଂ ,ଥାନା ଅଧିକାରୀ ବିଜୟ କେତନ ବେହେରା ,ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଡାକ୍ତର ପ୍ରୀତମ ବାଗ, ୩୩ ନମ୍ବର ଯୋନ ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର , ୩୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପ୍ରିୟା ବରାଳ , ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ର କନିଷ୍ଠ ଯନ୍ତ୍ରୀ ସୁଜାତା ପରିଡା ,ଓ ଅନିତା ରାଜ ପଣ୍ଡା ,ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ମାନେ  ଯୋଗ ଦେଇଥିଲେ ।
Nalco
Leave A Reply