ଶେହନାଜ ଗିଲ୍ ବିଗ୍ ବସ୍-୧୩ରେ ଚର୍ଚ୍ଚାରେ ଥିଲେ । ନିଜକୁ “ପଞ୍ଜାବର କ୍ୟାଟ୍ରିନା
କୈଫ୍’ କହୁଥିବା ଶେହନାଜ ଓରଫ୍ ଶନା ସୋସାଲ ମିଡିଆରେ ସବୁବେଳେ ସକ୍ରିୟ । ଏବେ ସେ ଟୋନି କMଡ଼ଙ୍କ ସହ ମୁ୍ୟଜିକ୍ ଭିଡିଓରେ ନଜରକୁ ଆସିବେ । ଶେହନାଜ ଇନ୍ଷ୍ଟାଗ୍ରାମ୍ରେ ଏ ସୂଚନା ଦେଇଛନ୍ତି । ଶେହନାଜ- ଟୋନିଙ୍କ ନୂଆ ଗୀତ “କୁର୍ତା ପାଜାମା’ ୧୭ ଜୁଲାଇରେ ରିଲିଜ୍ ହେବ । ଟୋନିଙ୍କ ସହ ଫଟୋ ସେୟାର କରି ଶନା ଲେଖିଛନ୍ତି, “ମୋତେ ଏହି ଗୀତ ବହୁତ ପସନ୍ଦ । ପ୍ଲିଜ୍ ବାବା ଜୀ ଜଲ˜ି ଜଲ˜ି ରିଲିଜ୍ କର, ହିଟ୍ କର ଓ ମୋତେ ବହୁତ କାମ ଦିଅ । ଆଜା ଆଜା ଜଲ˜ି “କୁର୍ତା ପାଜାମା’ । ଶେହନାଜ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସଫଳତା ପାଇଥିଲେହେଁ ବିଗ୍ବସ୍କୁ ଆସିବା ପରଠୁ ତାଙ୍କ ଲୋକପ୍ରିୟତା ବଢ଼ିଛି ।
