Odisha news

ଭାରତୀୟ ଅଧିକାରୀ ମାନଙ୍କର ତାଲିବାନ ନେତା ମାନଙ୍କ ସହିତ ଗୁପ୍ତ ସାକ୍ଷାତ

ନୂଆଦିଲ୍ଲୀ : ଭାରତୀୟ ଅଧିକାରୀ ମାନେ ତାଲିବାନର ନେତା ମାନଙ୍କ ସହିତ ସାକ୍ଷାତ କରିବା ପାଇଁ ଦୋହାକୁ ଗୁପ୍ତ ଭାବରେ ଯାତ୍ରା କରିଛନ୍ତି । କତରର ଜଣେ ଉଚ୍ଚ ଅଧିକାରୀ ଏହି ତଥ୍ୟ ଦେଇଛନ୍ତି ।ଏହା ପ୍ରଥମଥର ହେଲା ଯେବେ ତାଲିବାନ ସହିତ ସାକ୍ଷାତ କରିବା ପାଇଁ ଭାରତୀୟ ଅଧିକାରୀ ଗୋପନୀୟ ଭାବରେ ଯାତ୍ରା କରିବାର ସାମ୍ନାକୁ ଆସିଛି । କତରର ଆତଙ୍କ ବିରୋଧୀ ଓ ସଂଘର୍ଷ ସମାଧାନର ମଧ୍ୟସ୍ତିର ଭୂମିକା ନେବା ପାଇଁ ବିଶେସ ଦୂତ ଭାବରେ ମୂତଲାକବିନ ଗୋଟିଏ ଭର୍ଚୁଆଲ ଇଭେଣ୍ଟରେ କହିଛନ୍ତି ଭାରତୀୟ ଅଧିକାରୀ ମାନେ ତାଲିବାନ୍ ସହିତ କଥା ହେବାପାଇଁ ଗୋପନୀୟ ଭାବରେ ଗସ୍ତ କରିଛନ୍ତି ।
ସେ କହିଛନ୍ତି ପ୍ରତେକ ଦେଶ ଜାଣିଥାନ୍ତି ଯେ ଆଫଗାନିସ୍ତାନରୁ ଆମେରିକା ସେନା ଫେରିବା ପରେ ତାଲିବାନର ବଦନାମ ହେବ କିନ୍ତୁ ଆଫଗାନିସ୍ତାନ ଭବିଷ୍ୟତରେ ମୁଖ୍ୟ ଭୂମିକାକୁ ନେଇ ଅଣଦେଖା କରାଯାଇ ପାରିବ ନାହିଁ । ଏହି ବକ୍ତବ୍ୟ ଏଭଳି ସମୟରେ ଆସିଛି ଯେଭଳି ସମୟରେ ଭାରତୀୟ ବିଦେଶ ମନ୍ତ୍ରୀ ଏସ ଜୟସଙ୍କର କତର ନେତା ମାନଙ୍କ ସହିତ ସାକ୍ଷାତ କରିବା ପାଇଁ ଜୁନ ମାସରେ ଦୁଇଥର ଦୋହା ଗସ୍ତ କରିଛନ୍ତି । ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଓ ଆଫଗାନ ବାର୍ତ୍ତାକୁ ନେଇ ଆମେରିକାର ବିଶେଷ ଦୂତଙ୍କ ସହିତ ସାକ୍ଷାତ କରିଥିଲେ । କତରର ବିଶେଷ ଦୂତ ମୁଲତାକଙ୍କ ସହିତ ଏସ ଜୟଶଙ୍କରଙ୍କ ଗସ୍ତକୁ ନେଇ ଆଫଗାନିସ୍ତାନ ଭାରତର ଭୂମିକାକୁ ନେଇ ଜଣେ ପତ୍ରକାର ପ୍ରଶ୍ନ କରିଥିଲେ।  ମୁଲତାକ କହିଥିଲେ ଆଫଗାନିସ୍ତାନ ସମସ୍ତ ପକ୍ଷଙ୍କର ପହଞ୍ଚିବା ଓ ସିଧା ସଳଖ କଥାହେବା କାରଣ ଦ୍ବାରା ସବୁକିଛି ସମାଧାନର ରାସ୍ତା ଖୋଲି ପାରିବ । ବର୍ତ୍ତମାନ ଏହି ମୂଦା ପାଇଁ ସୁବର୍ଣ୍ଣ ସୁଯୋଗ ଅଟେ ।
ବର୍ତ୍ତମାନ ଯଦି କୌଣସି ଦେଶ ବଳପୂର୍ବକ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହିଁବ ତାହା ଗ୍ରହଣୀୟ ନୁହେଁ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଲିବାନ ସହିତ ଭାରତର କଥାବାର୍ତ୍ତା ନେଇ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୌଣସି ଅଧିକାରୀକ ବୟାନ ଆସିପାରି ନାହିଁ । ଆଫଗାନିସ୍ତାନର ଜଣେ ବିଶେଷ ଦୂତ କହିଛନ୍ତି ଯେ ଆଫଗାନିସ୍ତାନ ମାଟିକୁ ବ୍ୟବହାର କରିବା ପାଇଁ କୌଣସି ଦେଶର ଅଧିକାର ନାହିଁ । ଆଫଗାନିସ୍ତାନର ସ୍ଥିରତା ପାକିସ୍ତାନ ଓ ଭାରତ ଦୁଇଟି ଦେଶର ହକରେ ରହିଛି । ପାକିସ୍ତାନ ଆଫଗାନିସ୍ତାନର ପଡୋଶୀ ଦେଶ ଅଟେ ଓ ଭାରତ ଆଫଗାନିସ୍ତାକୁ ଆର୍ଥିକ ସହାୟତା ଦେଇଛି । ଆମେ ଭାବୁଛୁ ଯେ ଭାରତ ଓ ପାକିସ୍ତାନ ଉଭୟ ଆଫଗାନିସ୍ତାନରେ ସ୍ଥିରତା ଓ ଶାନ୍ତି ଚାହୁଁଛନ୍ତି
IEC 2 years

Comments are closed.