Odisha news

ରୁଷ ର ଶସ୍ତା ତେଲକୁ ହାତରୁ ଯିବାକୁ ଦେବନାହିଁ ଭାରତ, ବର୍ତମାନ ଉଠାଇଲା ଏହି ପଦକ୍ଷେପ

0

ନୂଆଦିଲ୍ଲୀ : ଗୋଟିଏ ପକ୍ଷରେ ୟୁକ୍ରେନ ଉପରେ ଆକ୍ରମଣ କୁ ନେଇ ପଶ୍ଚିମ ଦେଶ ଗୁଡିକ ରୁଷ ଉପରେ ନିଜର ପ୍ରତିବନ୍ଧକ କୁ କଡାକଡି କରିଥିବା ବେଳେ, ଅନ୍ୟ ପକ୍ଷରେ ଭାରତ ରୁଷ ସହିତ ନିଜର ବ୍ୟବସାୟିକ ସମ୍ବନ୍ଧ କୁ ପ୍ରତିଦିନ ବଢାଇବାରେ ଲାଗିଛି l ଭାରତୀୟ ତେଲ ଉଦ୍ୟୋଗ ର ଅଧିକାରୀ ମାନଙ୍କ ମତରେ ଭାରତ ସରକାର ଦେଶ ର ତେଲ କମ୍ପାନୀ ଗୁଡିକୁ କହିଛନ୍ତି ସେହି ଶସ୍ତା ତେଲ କୁ ଅଧିକ ମାତ୍ରା ରେ କିଣିବା ଉଚିତ l

ୱାର୍ଲଡ ଷ୍ଟ୍ରିଟ ଜର୍ଣ୍ଣାଲ ର ତଥ୍ୟ ଅନୁସାରେ, ତେଲ ଉଦ୍ୟୋଗ ର ଅଧିକାରୀ ମାନେ ନିକଟରେ କହିଛନ୍ତି ସରକାରୀ ଅଧିକାରୀ ତାଙ୍କୁ ରୁଷ ନିକଟରୁ ତେଲ କିଣିବା ଜାରି ରଖନ୍ତୁ ଓ ରୁଷ ତେଲରୁ ରିହାତି ଉଠାଇବାକୁ ପ୍ରୋତ୍ସାହିତ କରିଛନ୍ତି l ଗୋଟିଏ ଅଧିକାରୀ ଙ୍କ ଅନୁସାରେ ସରକାରୀ ଇଣ୍ଡିଆନ ଅଏଲ କର୍ପୋରେସନ ରୁଷ ର ଦିଗଜ ଉର୍ଜା କମ୍ପାନୀ ରୋଷନେଫ୍ଟ ଅଏଲ ସହିତ ଆମଦାନୀ ବଢାଇବା ପାଇଁ ଅନେକ ଗୁଡିଏ କଣ୍ଟ୍ରାକ୍ଟ ରେ କଥାବାର୍ତା ଜାରି ରଖିଛି l

ଭାରତ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ସରକାର କମ୍ପାନୀ ଗୁଡିକୁ ରୁଷ ତେଲ କିଣିବା ପାଇଁ ନିର୍ଦେଶ ଦେଇନାହିଁ l ସେ ଆହୁରି ମଧ୍ୟ କହିଛନ୍ତି ଯେ ରୁଷ ନିକଟରୁ ଅଧିକାଂଶ ଦେଶ ଏହି ତେଲ କିଣୁଛନ୍ତି l ୟୁରୋପୀୟ ଦେଶ ଗୁଡିକ ରୁଷ ତେଲ ଓ ଗ୍ୟାସ ଉପରେ ନିର୍ଭରଶୀଳ, କିନ୍ତୁ ୟୁକ୍ରେନ ଉପରେ ଆକ୍ରମଣ କୁ ନେଇ ଏହି ଦେଶ ଗୁଡିକ ତେଲ ଓ ଗ୍ୟାସ କିଣିବା କମାଇ ଦେଇଛନ୍ତି l ଏହାଦ୍ୱାରା ରୁଷ ତେଲ ଓ ଗ୍ୟାସ ର ଅନେକ କ୍ଷତି ହେଉଛି l

ଅନ୍ୟ ପକ୍ଷରେ ଭାରତ ରୁଷ ତେଲ କିଣିବା ବଢ଼ାଇ ଦେଇଛି l ଭାରତ ସହିତ ଚୀନ ଓ ତୁର୍କୀ ମଧ୍ୟ ରୂସ ନିକଟରୁ ତେଲ କିଣୁଛନ୍ତି l ଯେଉଁଠି ଭାରତ ରୁଷ ନିକଟରୁ ଫେବୃଆରୀ ମାସରେ ୩୦ ହଜାର ବ୍ୟାରେଲ କଞ୍ଚା ତେଲ କିଣିଥିଲେ, ଜୁନ୍ ମାସରେ ୧୦ ଲକ୍ଷ ବ୍ୟାରେଲ କିଣିଛି l କାରଣ ବର୍ତମାନ ରୁଷ ର କଞ୍ଚା ତେଲ ଦର ରେ ହ୍ରାସ ହୋଇଛି l

Leave A Reply

Your email address will not be published.