Odisha news

ରଣପୁର ରେ ଲୋକାଲ ପଜେଟିଭ୍ ବାହାରିବା ପରେ ପ୍ରଶାସନ ତତ୍ପର ଅମାନିଆ ଦୋକାନୀଙ୍କ ଉପରେ ଚଢାଉ ୩୦ହଜାର ଫାଇନ୍ ଆଦାୟ

0

ରଣପୁର : ସାରା ରାଜ୍ୟରେ ଦିନକୁ ଦିନ କରୋନା ଭାଇରସ୍ ତାର ପ୍ରଭାବ ବିସ୍ତାର କରୁଥିବା ବେଳେ ରଣପୁର ଅଂଚଳରେ ମଧ୍ୟ ଏହି ଭାଇରସ୍ ର ପ୍ରଭାବ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । ପୁର୍ବରୁ ସଙ୍ଗରୋଧ କେନ୍ଦ୍ରରୁ ପଜେଟିଭ୍ ଚିହ୍ନଟ ହୋଇଥିଲା ବେଳେ ରବିବାର ଦିନ ରଣପୁର ୨ ଲୋକାଲ କେସ୍ ପଜେଟିଭ୍ ବାହାରିଛି । ଯାହାକୁ ନେଇ ରଣପୁର ପ୍ରଶାସନ ପକ୍ଷରୁ ତତ୍ପରତା ଦେଖା ଦେଇଛି । ତେବେ ସୋମବାର ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତରାୟ, ରଣପୁର ଥାନା ଅଧିକାରୀ ରଶ୍ମିରଂଜନ ଦାଶ, ସବ୍ ଇନିସ୍ପେକ୍ଟର ପ୍ରିତୀ ପ୍ରକାଶ ମହାନ୍ତି ଓ ସମସ୍ତ ଷ୍ଟାଫ ମିଳିତ ଭାବେ ଚଢାଉ କରି ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଗୋପିନାଥପୁରଠାରେ ବିନା ପରମିଶନ୍ ରେ କୋଭିଡ୍-୧୯ ନିୟମ ଭଙ୍ଗ କରି ବିବାହ କାର୍ଯ୍ୟ ହେଉଥିଲା ବେଳେ ୧୦୦ରୁ ଉଦ୍ଧ୍ୱର୍ ଲୋକ ଏକତ୍ରିତ ହୋଇଥିଲେ ।

ତେଣୁ ସେଠାରୁ ୧୦ହଜାର ଟଙ୍କା ଫାଇନ୍ ଆଦାୟ କରାଯିବା ସହ ରଣପୁର ବଜାରରେ କୋଭିଡ୍ ନିୟମ ଅବମାନନା କରି ଦୋକାନ ଖୋଲି ବିକ୍ରି କରୁଥିବା ଅମାନିଆ ଦୋକାନୀମାନଙ୍କଠାରୁ ଏବଂ ବିନା ମାସ୍କ ରେ ବୁଲୁଥିବା ଲୋକମାନଙ୍କଠାରୁ ୨୦ ହଜାର ଟଙ୍କା ଫାଇନ୍ ଆଦାୟ କରାଯାଇଛି ଏବଂ ଏହାକୁ ନେଇ ୨୦୪/୨୦୨୦ ରେ ଏକ ମାମଲା ଋଜୁ କରାଯାଇଥିବା ଜଣା ପଡିଛି । ଅପରପକ୍ଷେ ରଣପୁର ଉପର ବଜାର ସ୍ଥିତ ପରିବା ମାର୍କେଟ୍ ରେ କୋଭିଡ୍ କଟକଣାକୁ ସମ୍ପୁର୍ଣ୍ଣ ବେଖାତିର୍ କରି ଶହ ଶହ ସଂଖ୍ୟାରେ ଲୋକ ଏକତ୍ରିତ ହେଉଥିବା ଜଣା ପଡିଛି । ଯାହାକୁ ପ୍ରଶାସନ ଅଙ୍କୁଶ ଲଗାଇବା ପାାଇଁ ସାଧାରଣରେ ଦାବି ହେଉଛି ।

Leave A Reply