ରଣପୁର : ମହାମରୀ କରୋନା ଦିନ କୁ ଦିନ ତା କାୟା ବିସ୍ତାର କରି ଚଲିଛି । ପ୍ରତିଦିନ ରାଜ୍ୟ ରେ ୫୦୦ ରୁ ଉର୍ଦ୍ଧ କରୋନା ରେ ଆକା୍ରନ୍ତ ହେଉଛନ୍ତି । ରଣପୁର ରେ ୨ ଟି ଗ୍ରାମ ରେ ସଂକ୍ରମଣ ଆଶଙ୍କା ରେ ସଟଡାଉନ କରାଯାଇଥିବା ବେଳେ ଗୋଷ୍ଠି ସଂକ୍ରମଣ ଆଶଙ୍କା ରେ ଲୋକ ମନେ ଭୟଭୀତ ହୋଇଥିବା ଜଣାଯାଇଛି ।
ଖବର ସଂଗ୍ରହରୁ ଜଣାଯାଏ ବଳଭଦ୍ରପୁର ପଚାଂୟତ ର ବସନ୍ତପୁର ଗ୍ରାମ ର ଜୈନିକ ବ୍ୟକ୍ତି ଅସୁସ୍ଥ ହୋଇ ଭୁବନେଶ୍ୱ ର ରେ ଚିକିତ୍ସ୍ୟା ପାଇଁ ଯାଇଥିଲେ । ସେଠାରେ ତାଙ୍କ ର କୋଭିଡ ଟେଷ୍ଟ ପାଇଁ ସ୍ୱାବ ପରୀକ୍ଷା ପାଇଁ ଯାଇଥିଲା । ପରେ ସେ ଗ୍ରାମ କୁ ଫେରି ଅସିଥିଲେ । କିନ୍ତୁ ଟେଷ୍ଟ ରିପୋଟ ଆସିଲା ପରେ ପଜେଟିଭ ଥିବା ଜଣାଯାଇଥିଲା । ସପୃକ୍ତ ବ୍ୟକ୍ତି ଇତି ମଧ୍ୟରେ ବହୁ ଲୋକ ଙ୍କ ସହ ମିଳା ମିଶା କରିଥିବା ଅନୁମାନ କରାଯାଉଛି । ଯାହପଳରେ ଗୋଷ୍ଟି ସଂକ୍ରମଣ ଆଶଙ୍କା ରେ ବଳଭଦଦ୍ରପୁର ସରପଚଂ ବସନ୍ତପୁର କୁ ୬୦ ଘଟାଂ ପାଇଁ ସଟଡାଇନ ଘୋଷଣା କରିଥିବା ଜଣାଯାଇଛି ।
ସେହି ପରି ମଝିଆଖଣ୍ଡ ପଚାଂୟତରେ ଗୋଷ୍ଠି ସଂକ୍ରମଣ ଆଶଙ୍କା ରେ ଲୋକମାନେ ଭୟଭିତ ଥିବା ଜଣାଯାଇଛି । ସେଠାରେ ଜଣଙ୍କ ର ଦେହ ଅସୁସ୍ଥ ହେବାରୁ ଭୁବନେଶ୍ୱର ଯାଇଥିଲେ । ସେଠାରେ ମଧ୍ୟ ପରୀକ୍ଷା ପରେ ପଜେଟିଭ ଥିବା ଜଣାପଡିଥିଲା । ସପୃକ୍ତ ବ୍ୟକ୍ତି ଙ୍କ ପରିବାର ଏବେ କ୍ୱାରେନଟାଂଇନ ଥିବା ବେଳେ ଗୋଷ୍ଠି ସଂକ୍ରମଣ ଆଶଙ୍କା ରେ ମଝିଆଖଣ୍ଡ କୁ ସରପଚଂ ୪ ପାଇଁ ସଟଡାଉନ ଘୋଷଣା କରିଥିବା ଜଣାଯାଇଛି । ୨ କରୋନା ଆକ୍ରାନ୍ତ ଙ୍କୁ ଖଣ୍ଡପଡା କୋଡଭିଡି ମେଡିକାଲ କୁ ପଠାଇ ଦିଆଯାଇଛି । କରୋନା ଗୋଷ୍ଠି ସଂକ୍ରମଣ ଆଶଙ୍କା ରେ ଏବେ ରଣପୁର ଅଚଂଳ ଲୋକ ମାନେ ଭୟଭିତ ଥିବା ଜଣାଯାଇଛି ।