ରଣପୁର : ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ରଥ ଯାତ୍ରା ରେ ଆଜି ଶହ ଶହ ବର୍ଷ ର ପରମ୍ପରା ଭାଙ୍ଗି ଯାଇଛି । ତିନି ଠାକୁର ରଥା ରୁଢ ହୋଇନଥିଲେ ଓ ରଥ ମଧ୍ୟ ଗଡି ନଥିଲା । କିନ୍ତୁ ଜଗନ୍ନାଥ ମନ୍ଦିର ଭିତ ରେ ରଥ ନୀତି ହେବା ପାଇଁ ନିଷ୍ପତି ହୋଇଥିବା ବେଳେ ମନ୍ଦିର ପ୍ରଶାସନ ଓ ସେବାୟତ ଙ୍କ ମଧ୍ୟରେ ତାଳ ମେଳ ନରହିବାରୁ ଏହି ନୀତି ହୋଇପାରିନାହିଁ ।
ଖବର ନେବାରେ ଜନାଯାଏ ଚଳିତ ବର୍ଷ କୋଭିଡି ନିୟମ ମାନି ରଥ ଯାତ୍ରା କରିବା ପାଇଁ ନିଷ୍ପତି ହେଲାପରେ ରଥ ନିର୍ମାନ ଆରମ୍ଭ ହୋଇଥିଲା । କିନ୍ତୁ ସୁପ୍ରିମକୋର୍ଟ ପୁରୀ ସମେତ ଓଡିଶାରେ କୌଣସି ଠାରେ ରଥ ଯାତ୍ର ।ହେବ ନାହିଁ ବୋଲି ନିଷ୍ପତି ନେବାପରେ ରଥ ନିର୍ମାନ ବନ୍ଦ ହୋଇଥିଲା । ପରେ ପ୍ରସାସନ ଓ ସେବାୟତ ଙ୍କ ମଧ୍ୟରେ ହୋଇଥିବା ବୈଠକ ରେ ନିଷ୍ପତି ହୋଇଥିଲା ଯେ ପୁରୀ ରେ ଯେଉଁଭଳି ଭାବରେ ଶ୍ରୀ ଗୁଣ୍ଡିଚା ସହ ରଥ ନୀତି କରାଯିବ ରଣପୁର ରେ ସେହିଭଳି ଭାବରେ କରାଯିବ । କିନ୍ତୁ ଗତ ସୋମବାର ସୁପ୍ରିମକୋର୍ଟଙ୍କ ରାୟ ରେ ପୁରୀ ରେ ତିନି ଠାକୁର ରଥାରୁଢ ହୋଇ ରଥ ଯାତ୍ରା ହେବ ବୋଲି ନିଷ୍ପତି ନେବାପରେ ରଣପୁର ସେବାୟତମାନେ ଶ୍ରୀ ଜିଉ ଙ୍କୁ ରଥା ରୁଢ କରାଯାଉବୋଲି ମତ ଦେଇଥିଲେ ।
ରଥରେ ତିନି ଠାକୁର ଙ୍କୁ ହେରାପଚଂମୀ , ନବମୀ , ବାହୁଡା ଓ ସୁନାବେଶ ସହ ନୀଳାଦ୍ରି ବେଜେ କରାଜିବ ବୋଲି ମତ ଦେଇଥିଲେ । କିନ୍ତୁ ସୁପ୍ରିମ୍କୋର୍ଟଙ୍କ ତାଙ୍କ ରାୟ ରେ ପୁରୀ ଛଡା ଅନ୍ୟ କୌଣସି ଠାରେ ଠାକୁରଙ୍କୁ ରଥାରୁଢ କରାଯିବ ନାହିଁ ବୋଲି ନଦେ୍ର୍ଦଶ ଥିବାରୁ ମନ୍ଦିର ପ୍ରଶାସନ ଏହି ପ୍ରସ୍ତାବରେ ରାଜି ହୋଇନଥିଲା । ଯାହାଫଳରେ ମନ୍ଦିର ପ୍ରଶାସନ ଓ ସେବାୟତ ଙ୍କ ମଧ୍ୟରେ ତାଳ ମେଳ ରହି ନଥିଲା, ଏପରିକି ମନ୍ଦିର ପରିସର ରେ ଅସ୍ଥାୟୀ ଆଡପ ମଣ୍ଡପ କରାଯାଇ ନୀତିକାନ୍ତି କୁ ବିରୋଧ କରିଥିଲେ ।
ସେଥିପାଇଁ ଆଜି ମନ୍ଦିର ରେ ନବଯୋବନ ମଣ୍ଡପରେ ତିନି ଠାକୁର ଙ୍କ ଦୈନନ୍ଦିନ ସେବା ପୂଜା ହୋଇଥିବାବେଳେ ରଥ ର କୌଣସି ନୀତିକାନ୍ତି ହୋଇନଥିଲା । ଅପରାହ୍ନ ରେ ତହସିଲଦାର ସଞୟ କୁମାର ସାମନ୍ତରାୟ ,ସେବାୟତ, ବୁଦ୍ଦିଜୀବି ମାନଙ୍କୁ ନେଇ ଏକ ବୈଠକ ଆନନ୍ଦ ବଜାର ରେ ଅନୁଷ୍ଠିତ ହୋଇଥିଲା । ସେବାୟତ ମାନେ ରଥ ନୀତି ମନ୍ଦିର ରେ କରିବାପାଇଁ ରାଜି ହୋଇନଥିଲେ ଯାହାଫଳରେ ଶ୍ରୀ ଜିଉ ବାହୁଡା ପରେ ରତ୍ନସିଂହାସନ କିଭଳି ବିଜେ କରାଜିବ ବୋଲି ପ୍ରଶ୍ନ ଉଠିଥିଲା ।
ଆଗାମୀ ବର୍ଷ ରଥ ଯାତ୍ରା ପରେ ତିନି ଠାକୁର ରତ୍ନସିଂହାସନ କୁ ଜିବେ ବୋଲି କିଛି ସେବାୟତ ମତଦେଇଥିଲେ । ଯେହେତୁ ମନ୍ଦିର ପରିସର ରେ କୌଣସି ରଥ ନୀତି ହୋଇନାହିଁ ସେଥିପାଇଁ ଏକ ୭ ଜଣିଆ କମିଟି ପୁରୀ ଯାଇ ମୁକ୍ତି ମଣ୍ଡପ ଓ ଶଙ୍କରାଚାର୍ଯ୍ୟ ଙ୍କ ମତ ନେବାପରେ ତିନି ଠାକୁରଙ୍କୁ ରତ୍ନବେଦୀରେ ବିଜେ କରାଜିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ଚଳିତ ବର୍ଷ ରଥ ଯାତ୍ରା ହୋଇନଥିବାରୁ ହଜାର ହଜାର ଭକ୍ତ ଅସନ୍ତୋଷ ପ୍ରକାଶ କରିଥିଲେ । ଲୋକ ମାନଙ୍କ ଭାବେବେଗକୁ ଦେଖି ମନ୍ଦିର ସମ୍ମୁଖ ଓ ତିନି ରଥ ଚାରିପାଖରେ ପୁଲିସ ମୃତୟନ କରାଯାଇଛି ।